ଜମି ବିକ୍ରି ନିଷ୍ପତ୍ତିକୁ ପ୍ରତ୍ୟାହାର ପାଇଁ ଏକଜୁଟ ହେଲେ ୪ ଜିଲ୍ଲାର ଆଦିବାସୀ: ଡିସେମ୍ବର ୫ରେ ଜିଲ୍ଲାପାଳ ଅଫିସ ଘେରାଉ

ନୂଆପଡ଼ା: ରାଜ୍ୟ ସରକାର କ୍ୟାବିନେଟରେ ଆଦିବାସୀଙ୍କ ଜମି ଏବେ ଅଣଆଦିବାସୀଙ୍କୁ ବିକ୍ରି କରାଯାଇ ପାରିବ ବୋଲି ନିଆଯାଇଥିବା ନିଷ୍ପତ୍ତି ଉପରେ ରାଜ୍ୟରେ ଆଦିବାସୀମାନଙ୍କ ମଧ୍ୟରେ ଧୀରେଧୀରେ ଅସନ୍ତୋଷ ବଢ଼ିବାରେ ଲାଗିଛି।  ନୂଆପଡ଼ା ଜିଲ୍ଲା ଗୋଡ଼ଫୁଲା ପଞ୍ଚାୟତ ଜିଏନଏମ ତାଲିକ କେନ୍ଦ୍ର ପରିସରରେ ଠାରେ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ବୈଠକ ଅନୁଷ୍ଠିତ ହୋଇ ଯାଇଛି। ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘ ଉପଦେଷ୍ଟା ଖାମସିଂ ମାଝୀଙ୍କ ଅଧ୍ୟକ୍ଷତାରେ ନୂଆପଡ଼ା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁ ପ୍ରତାସ ସିଂ ମାଝୀ, ସଂପାଦକ ବାଳକୃଷ୍ଣ ଶବର, ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟଣ ସଂଘ କାର୍ଯ୍ୟକାରେଣୀ ସଦସ୍ୟ ବନଳତା ମାଝୀ, କଲହାଣ୍ଡି ଆଦିବାସୀ କଲ୍ୟାଣ ସଂଘ ସଭାପତି ପରାମନନ୍ଦ ମାଝୀ, ବରଗଡ଼ ଆଦିବାସୀ କଲ୍ୟାଣ ସଂଘ ସଭାପତି ରାଜେନ୍ଦ୍ର ରାଉତ, ଜିଲ୍ଲା ଉପଦେଷ୍ଟା ବିହାରୀଲାଲ ବିଶ୍ବାଲ, ହୋମ ସିଂ ମାଝୀ, ସରୋଜୀନି ମାଝୀ, ବିକ୍ରମ ମାଝୀ, ବଟକୃଷ୍ଣ ପରୁଆ ଉପସ୍ଥିତ ରହିଥିଲେ।

ଏମାନେ ରାଜ୍ୟ ସରକାର ଓଡ଼ିଶାରେ ଆଦିବାସୀମାନଙ୍କୁ ସର୍ବସ୍ବାନ୍ତ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର କରିଛନ୍ତି। ରାଜ୍ୟ ସରକାର ଆଦିବାସୀ ଜମିକୁ ବ୍ୟବସାୟୀ, ଜମି ମାଫିଆ, କମ୍ପାନୀ ହାତରେ ଟେକି ଦେବା ଏପରି ଏକ ପ୍ରସ୍ତାବ ଆଗତ କରିବାକୁ ଯାଉଛନ୍ତି। ଏହା ଜାଣିବା ପରେ ଓଡ଼ିଶା ଆଦିବାସୀ ମାନଙ୍କ ମଧ୍ୟରେ ସନ୍ତୋଷ ବଢ଼ିବାରେ ଲାଗିଛି। ରାଜ୍ୟ ସରକାରୀ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର ନକଲ ଆଦିବାସୀ ମାନେ ମରିଯିବୁ ପଛେ ଆଦିବାସୀ ଜମି ଦେବୁ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନେଇଛନ୍ତି। ନିଜ ହକ୍ ପାଇଁ ରାଜ୍ୟ ସରକାରଙ୍କ ସହ ଲଢ଼େଇ କରିବାକୁ ପ୍ରସ୍ତୁତ ହେଉଛି ବୋଲି କହିଛନ୍ତି। ରାଜ୍ୟରେ ପଶ୍ଚିମ ଓଡ଼ିଶାରେ ଅଧିକ ଆଦିବାସୀଙ୍କ ଜମି ରହିଥିବା ବେଲେ ବର୍ତ୍ତମାନ ରାଜ୍ୟ ସରକାରୀ ପଶ୍ଚିମ ଓଡ଼ିଶା ଆଦିବାସୀଙ୍କ ଜମି ଉପରେ ନଜର ପାଇକଛନ୍ତି। ଏହାକୁ ସଫଳ ହେବାକୁ ଦେବୁ ନାହିଁ। ଆଗାମୀ ଦିନରେ ହଜାର ହଜାର ଆଦିବାସୀ ଏକତ୍ର ହୋଇ ରାଜ୍ୟ ସରକାରଙ୍କୁ ଆରପାର ଲଢ଼େଇ ପାଇଁ ଚେତାବନୀ ଦେଇଛନ୍ତି।

ରାଜ୍ୟ ସରକାର ଆଦିବାସୀ ବିରୋଧୀ। ୨୦୨୨ ପଞ୍ଚାୟତ ନିର୍ବାଚରେ ପଞ୍ଚାୟତ ନିର୍ବାଚନରେ ଆଦିବାସୀମାନଙ୍କୁ ସଂରକ୍ଷଣକୁ ମଧ୍ୟ ପ୍ରତ୍ୟାହାର କରିଛନ୍ତି। ଏପରି ଆଦିବାସୀଙ୍କ ବିଭିନ୍ନ ହକ୍ କୁ ରାଜ୍ୟ ସରକାର ଛଡାଇନେଇଥିବା ଆଦିବାସୀ ମାନେ ଅଭିଯୋଗ କରିଛନ୍ତି। ଏହି ବିଭିନ୍ନ ସମସ୍ୟା ନେଇ ଡିସେମ୍ବର ୫ ତାରିଖ ଦିନ ଆଦିବାସୀ ମାନେ ନୂଆପଡ଼ା ଜିଲ୍ଲାପାଳ ଅଫିସ ଘେରାଉ କରିବା ସହ ଜିଲ୍ଲାର ବିଭିନ୍ନ ବ୍ଳକ ଘେରାଊ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକରେ ଆଦିବାସୀ କଲ୍ୟାଣ ଉପସଭାପତି କମଲେଶ ସିଂ ଠାକୁର, ବ୍ଳକ ସଭାପତି ଭକ୍ତବନ୍ଦୁ ଧରୁଆ,ଖଡ଼ିଆଳ ବ୍ଳକ ସଭାପତି କାର୍ତ୍ତକେଶ୍ବର ମଲ୍ଲିକ, ବରିହା ସମାଜ ସଭାପତି ଅଶାରାମ ବରିହା, ନାଏକ ସମାଜର ଉପଦେଷ୍ଟ ଇଶ୍ବର ନାଏକ , ନରେଶ ମାଝୀ, ଥବିର ପୁଝାରୀ, ଦିଲିପ ମାଝୀ, ରାଜେଶ୍ବରୀ ବରିହା, ସନ୍ଧ୍ୟାରାଣୀ ମିର୍ଦ୍ଧା, ଜଗନାଥ ଶବର, ତିରତରାମ ମାଝୀ, ବିଜୟଶଙ୍କର ମାଝୀ ଉପସ୍ଥିତ ରହିଥିଲେ। ଶେଷରେ ବ୍ଳକ ସଭାପତି ଭକ୍ତବନ୍ଧୁ ଧରୁଆ ସମସ୍ତକୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର