ଅଧାରେ ରହିଲା ରୋଜଗାର ସ୍ବପ୍ନ, ମୁମ୍ବାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଟିକ୍ରାପଡ଼ା: ରୋଜଗାରର ସ୍ବପ୍ନ ନେଇ ସ୍ଵପ୍ଣନଗରୀ ମୁମ୍ବାଇକୁ ଯାଇଥିବା ଜଣେ ଓଡ଼ିଆ ଯୁବକଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଛି | ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବ୍ଲକ୍‌ ଜୁରାବନ୍ଧ ପଞ୍ଚାୟତ ଖମଗଡ଼ା ଗାଁର କ୍ଷମା ତମଲିଆଙ୍କ ପୁଅ ଆନନ୍ଦ ତମଲିଆ (୨୦ ବର୍ଷ) ରୋଜଗାର ଆଶାରେ ମୁମ୍ବାଇକୁ ଶ୍ରମିକ ଭାବେ କାମ କରିବା ପାଇଁ ଯାଇଥିଲେ। ହେଲେ ସେଠାରେ ତାଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସା‌ରେ, ଗତ ମାସରେ ଆନନ୍ଦ ତାଙ୍କ ସାଙ୍ଗମାନଙ୍କ ସହିତ ରୋଜଗାର ଆଶାରେ ମୁମ୍ବାଇ ଯାଇଥିଲେ। ପିଲାମାନଙ୍କ ସହ କାମ ବି କଲେ। ହେଲେ ବିଧାତାର ଲେଖାଥିଲା ଅଲଗା।

ସେଠାରେ ଟିକିଏ ଅସୁସ୍ଥ ଅନୁଭବ କରିବାରୁ ମୁମ୍ବାଇର ସରକାରୀ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ଖବର ଗୁରୁବାର ଘରକୁ ଆସିଛି। ଏହା ପରେ ଗାଁରେ ଶୋକର ଛାୟା‌ ଖେଳିଯାଇଛି। ଶୁକ୍ରବାର ଖମଗଡ଼ାକୁ ତାଙ୍କ ମୃତହେଦ ଆସିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର