ଚାଷୀଙ୍କ ନିକଟରେ ଧାନ ଅଛି ମିଳୁନି ଟୋକେନ; ଲୋକେ ବାହାର ରାଜ୍ୟକୁ ବାଧ୍ୟ ହୋଇ ଧାନ ବିକ୍ରି କରୁଛନ୍ତି: କଂଗ୍ରେସ

୧୪ ସୁଦ୍ଧା ମଣ୍ଡିର ବ୍ୟବସ୍ଥା ନସୁଧୁରିଲେ ଆନ୍ଦୋଳନ

ମାଲକାନଗିରି: ମାଲକାନଗିରି ଜିଲ୍ଲା କଂଗ୍ରେସ ତରଫରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ମଣ୍ଡିରେ ହେଉଥିବା ଅବ୍ୟବସ୍ଥା ଉପରେ ଗର୍ଜିଛନ୍ତି। କଂଗ୍ରେସର କହିବା ହେଲା ଜିଲ୍ଲାରେ ଚାଲିଥିବା ମଣ୍ଡିରେ ଚାଷୀ ନିଜର ଧାନ ବିକ୍ରି କରିପାରୁ ନାହିଁ। ଜଣେ ଚାଷୀର ୧୦ ଏକର ଜମି ଥିଲେ ତାକୁ ମିଳୁଛି ୩ରୁ ୪ କ୍ବିଣ୍ଟାଲ ଧାନ ବିକ୍ରି କରିବା ପାଇଁ ଟୋକେନ। ପୁଣି କ୍ଷୁଦ୍ର ଚାଷୀମାନେ ଆଜି ପର୍ଯ୍ୟନ୍ତ ଟୋକେନ ମଧ୍ୟ ପାଇ ନାହାନ୍ତି। ଯାହାଫଳରେ ସେମାନେ ବାହାର ରାଜ୍ୟକୁ ନିଜର ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଯାହାକୁ ନେଇ ଯୋଗାଣ ବିଭାଗ ଚଢଉ କରି ଚାଷୀଙ୍କୁ ହଇରାଣ କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଥିଲା। ଯୋଗାଣ ବିଭାଗ କହୁଛି ଅନ୍ୟ ରାଜ୍ୟକୁ ଧାନ ବିକ୍ରି କରନାହିଁ। ଆମକୁ ଧାନ ଦିଅ। କିନ୍ତୁ ଆମକୁ ଧାନ ବିକ୍ରି କରିବା ପାଇଁ ଦେଲେତ ଆମ ବିକିବୁ ବୋଲି ଚାଷୀ କହୁଥିବା କଂଗ୍ରେସ କହିଛି। ଟୋକେନ ମିଳୁନଥିବାରୁ ଚାଷୀ ବାହାରକୁ ଯାଉଥିବା କଂଗ୍ରେସ କହିଛି। ଅନ୍ୟପଟେ ଚାଷୀ ମିଲ ମାନଙ୍କର  ଆକ୍ରୋଶର ଶିକାର ହେଉଛନ୍ତି। ମିଲମାଲିକ ମାନେ ୭ରୁ ୯ କିଲୋ ଧାନ ନକାଟିଲେ ଧାନ ନେଉନାହାନ୍ତି।ଚଳିତ ବର୍ଷ ଧାନ ଖୁବ ସୁନ୍ଦର ହୋଇଛି।

ଏବର୍ଷ କଟନି ଛଟନି ହେବା କଥା ନୁହେଁ ବୋଲି କଂଗ୍ରେସର ଜିଲ୍ଲା ସଭାପତି ଗୋବିନ୍ଦା ପାତ୍ର ଯୁକ୍ତି ବାଢିଥିଲେ। ପୁଣି ବସ୍ତା ବାବଦକୁ ୧୦ ଟଙ୍କା ଚାଷୀଙ୍କୁ ଫେରାଇବା କଥା କିନ୍ତୁ ଆଜି ପର୍ଯ୍ୟନ୍ତ କରିନାହାନ୍ତି। ଏନେଇ ଉପଜିଲ୍ଲାପାଳ, ଯୋଗାଣ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କେହି ପଦକ୍ଷେପ ନେଉନଥିବା କଂଗ୍ରେସ ଅଭିଯୋଗ କରିଥିଲା। ବର୍ତ୍ତମାନ ପ୍ରଶାସନ ସ୍ଥାଣୁ ସାଜିଥିବା କଂଗ୍ରେସ ଅଭିଯୋଗ କରିଛି। ଅନ୍ୟଦିଗରେ ମିଲର ଧାନ ନକାଟିଲେ କିପରି ବଞ୍ଚିବୁ ବୋଲି ଉତ୍ତର ଦେଉଥିବା କହିଥିଲେ। ପୁଣି କଂଗ୍ରେସ ଅଭିଯୋଗ କରିଥିଲା ଯେ ମାଲ୍ୟବନ୍ତ ମହୋତ୍ସବରେର ମିଲର ମାନେ ଖାଦ୍ୟ ପ୍ରଦାନ କରିବେ। ତେବେ ଏହା ସାହାଯ୍ୟ କରିବା ପାଇଁ କଟନି ଛଟନି କରୁଥିବା କଂଗ୍ରେସ କହିଛି। ପ୍ରଶାସନ ଓ ମିଲରମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକକା ପଦାରେ ପଡିଛି। ଯଦି ଆସନ୍ତା ୧୪ ତାରିଖ ସୁଦ୍ଧା ମଣ୍ଡିରେ ହେଉଥିବା ଅବ୍ୟବସ୍ଥାକୁ ସଜଡା ନଯାଏ ତେବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବୁ ବୋଲି କଂଗ୍ରେସ ଚେତାବନୀ ଦେଇଛି। ତେବେ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ଗୋବିନ୍ଦ ପାତ୍ରଙ୍କ ସମେତ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଶରତ ଚନ୍ଦ୍ର ବୁରୁଦା, ଭୀମା ବାରସେ, ଜି.ଶ୍ରୀନିବାସ ରାଓ, ଇସାକ ଖୋସଲା, ପଦ୍ମ ପାଙ୍ଗୀ, ମଙ୍ଗୁ ଖିଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର