ପାରିବାରିକ କଳହକୁ କେନ୍ଦ୍ର କରି ବଡ଼ଭାଇର ଗୁଳିମାଡ଼ରେ ସାନର ଜୀବନ ଗଲା

ଭୋଜିରେ ଫିଟିଲା ଗୁଳି

ରାଉରକେଲା : ଗତକାଲି ଭୋଜିଭାତ ଚାଲିଥିବା ବେଳେ କଥା କଟାକଟିକୁ ନେଇ ଗୁଳି ଫୁଟିଛି। ବଡ଼ଭାଇର ଗୁଳିମାଡ଼ରେ ସାନଭାଇର ମୃତ୍ୟୁ ହୋଇଛି। ମୃତକ ହେଲେ ତେତେରକେଲାର କ୍ଷୀରୋଧର ସିଂହ (୨୬)। ପାରିବାରିକ କଳହକୁ କେନ୍ଦ୍ର କରି ଗୁଳିକାଣ୍ଡ ଘଟିଥିବା କୁହାଯାଉଛି। ବିଶ୍ରା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା ପଠାଇଛି। ଏହି ଘଟଣାରେ ପୁଲିସ ଚାରିଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଶ୍ରା ଥାନା ଅନ୍ତର୍ଗତ ତେତେରକେଲା ଛକରେ ମୃତ କ୍ଷୀରୋଧର ସିଂହ  ଓ ତାର କିଛି ସାଙ୍ଗ ମିଶି ଭୋଜିଭାତ କରୁଥିଲେ। ପରିବାରର ପୂର୍ବ କଥାକୁ ନେଇ କ୍ଷୀରୋଧର ସିଂହ ଓ ତାଙ୍କ ବଡ଼ଭାଇ ଉମେଶ ସିଂହଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ହଠାତ ବଡ଼ଭାଇ ପକେଟ ବନ୍ଧୁକ ବାହାର କରି ସାନଭାଇ ଉପରକୁ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ହିଁ କ୍ଷୀରୋଧରର ମୃତ୍ୟୁ ହୋଇ ଯାଇଥିଲା। ଘଟଣା ରାତି ପ୍ରାୟ ସାଢ଼େ ଆଠଟାରେ ହୋଇଥିଲେ ହେଁ, ଦୁଇଘଣ୍ଟା ପରେ ପୁଲିସ ସୂଚନା ପାଇଥିଲା। ଏହି ଘଟଣାରେ ବିଶ୍ରା ପୁଲିସ ବଡ଼ ଭାଇ ଉମେଶ ସିଂହ ଓ ବାଲିଘାଟ ଠିକାଦାର ଭରତ ମାହାତୋ ଓ ଅନ୍ୟ ଦୁଇ ଜଣକୁ ଅଟକ ରଖିଛି।

ସମ୍ବନ୍ଧିତ ଖବର