ଗୋରୁ ବୋଝେଇ ଗାଡ଼ି ପୋଡ଼ିଦେଲେ

ସୁନ୍ଦରଗଡ଼: ଏକ ଗୋଚାଲାଣ ଗାଡ଼ିକୁ ହେମଗିରି ଥାନା ଅନ୍ତର୍ଗତ ଜୁଲୁମବାହାଲ ଗ୍ରାମପଞ୍ଚାୟତର ବେହେରାମୁଣ୍ଡା ଠାରେ କିଛି ଲୋକ ନିଆଁ ଲଗାଇ ପୋଡ଼ି ଦେଇଥିବା ଖବର ହସ୍ତଗତ ହୋଇଛି। ମିଳିଥିବା ସୂଚନା ମୁତାବକ ଏକ ପିକଅପ ଭ୍ୟାନ( ଓଡି ୧୬ବି-୨୩୯)ରେ ଝାରସୁଗୁଡ଼ା ଜିଲ୍ଲା କନକତୁରା ଦେଇ ଗୋ ଚାଲାଣ ହେଉଥିବା ଖବର ପାଇ ହିନ୍ଦୁ ସମର୍ଥକ ଗାଡ଼ିର ପିଛା କରି ବେହେରାମୁଣ୍ଡା ଠାରେ ଗାଡ଼ିକୁ ଅଟକାଇଥିଲେ। ବନ୍ଧାଥିବା ଗାଈଗୁଡିକୁ ଜଙ୍ଗଲରେ ଛାଡ଼ି ଦେବା ପରେ ଗାଡ଼ିରେ ନିଆଁ ଲଗାଇ ଦେଇଥିବା ଖବର ମିଳିଛି।

ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ଯାଇଛି। ତେବେ ଗୋଚାଲାଣକାରୀ ଫେରାର ହୋଇଯାଇଛନ୍ତି ନା କେଉଁସ୍ଥିତିରେ କେଉଁଠି ଅଛନ୍ତି ଜଣାପଡ଼ିନାହିଁ। ଏ ନେଇ ଥାନାରେ କୌଣସି ପକ୍ଷରୁ ଏତଲା ହୋଇ ନଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର