ଟିପିଏନ୍‌ଓଡିଏଲ୍‌ ପକ୍ଷରୁ ଶିଶୁ ଦିବସ ପାଳିତ, ‘ବଚ୍ଚା ପାର୍ଟି’ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ଵର: ଟାଟା ପାୱାର ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନ୍‌ଓଡିଏଲ୍‌) ପକ୍ଷରୁ ଶିଶୁ ଦିବସ ଅବସରରେ ‘ବଚ୍ଚା ପାର୍ଟି’ କାର୍ଯ୍ୟକ୍ରମ ହର୍ଷଉଲ୍ଲାସର ସହ ଅନୁଷ୍ଠିତ ହୋଇଛି। ବାଲେଶ୍ଵର ସମେତ ବାରିପଦା, ଭଦ୍ରକ, କେନ୍ଦୁଝର ଓ ଯାଜପୁର ବୈଦୁତିକ ମଣ୍ଡଳରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ କୁନି କୁନି ପିଲାମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ପିଲାମାନଙ୍କ ମଧ୍ୟରେ ସଙ୍ଗୀତ, ନୃତ୍ୟ, ଅଭିନୟ ଓ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ପିଲାମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିବାବେଳେ ଏହି ଅବସରରେ ସେମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା।

ବାଲେଶ୍ବରସ୍ଥିତ ଉତ୍କଳବାଣୀ କଳାକେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ଟିପିଏନଓଡିଏଲ ମାନବ ସମ୍ବଳ ବିଭାଗ ମୁଖ୍ୟ ଶ୍ରୀବଲ୍ଲଭ ସିଂ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରିବା ପାଇଁ ଏହି ପ୍ରୟାସ କରାଯାଇଥିବା ସେ ଦର୍ଶାଇବା ସହ ସେମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଷ୍ଟିଫେନ ହେମ୍ବରମ, ମଣିଭୂଷଣ ପ୍ରସାଦ, ବିରଞ୍ଚି ନାରାୟଣ ସାହୁଙ୍କ ସମେତ ଟିପିଏନଓଡିଏଲର ଅଧିକାରୀମାନେ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧିତ ଖବର