ଅଜଣା ବ୍ୟକ୍ତିର ଗଳିତ ଶବ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସଂଦେହ!

ଜୟପୁର: ଶ୍ରୀରାମନଗର ପ୍ରଥମ ଲାଇନ୍ ଓ ଖାଲସାହି ସ୍କେଭଂଜର ଲାଇନ୍ ମଧ୍ୟରୁ ଗୋଟିଏ ଗଳିତ ଶବ ଜୟପୁର ଟାଉନଥାନା ପୁଲିସ ଉଦ୍ଧାର କରିଛି। ଉଦ୍ଧାର ଶବକୁ ଜୟପୁର ଜିଲ୍ଲାମୁଖ୍ୟ ଚିକିତ୍ସାଳୟର ଶବାଗାରରେ ରଖାଯାଇଛି ବୋଲି କହିଛନ୍ତି ଟାଉନଥାନା ଅଧିକାରୀ ରମଣୀରଂଜନ ଦଳାଇ। ଶବଟି ସଂପୁର୍ଣ୍ଣ ରୁପେ ପୋଚିଯାଇଥିଲା।

ସୂଚନା ପାଇ ଜୟପୁର ଟାଉନଥାନା ପୁଲିସ , ଅଗ୍ନିଶମ ବିଭାଗ  ପୌରପାଳିକା କର୍ମଚାରୀମାନେ ଯାଇ ବହୁ କଷ୍ଠରେ ଗଳିତ ଶବକୁ ଉଦ୍ଧାର କରିଥିଲେ। ସୂଚନ‌ାଅନୁଯାୟୀ, ଜୟପୁର ପାରାବେଡ଼ା ଶ୍ରୀରାମନଗର ପ୍ରଥମ ଗଳି  ଓ ଖାଲିସାହି ସ୍କେଭଂଜର ଲାଇନ୍ ମଧ୍ୟରେ ଗୋଟିଏ ଗଳିତ ଶବ ପଡ଼ିଥିବା ଏବଂ ଦୁର୍ଗନ୍ଧ ହେଉଥିବାକୁ ନେଇ ସାହିବାସୀନ୍ଦା ଜୟପୁର ଟାଉନଥାନାକୁ ସୂଚନା ଦେଇଥିଲେ।

ଜୟପୁର ଟାଉନଥାନା ପକ୍ଷରୁ ଏଏସଆଇ ଡିପି ପଣ୍ଡା , ଅଗ୍ନିଶମ ବିଭାଗର କର୍ମଚାରୀ ଓ ପୌରପାଳିକା କର୍ମଚାରୀ ଆଦି ଘଟଣାସ୍ଥଳକୁ ଯାଇ ଉକ୍ତ ଶବକୁ ଉଦ୍ଧାର କରି ଆଣିଥିଲେ। ମୃତକଙ୍କ ବୟସ ୪୫ବର୍ଷ ହୋଇ ପାରେ ବୋଲି ପୁଲିସ ସଂଦେହ କରୁଛି। ପୁଲିସ ଅପମୃତ ମାମଲା ରୁଜୁ କରିବା ସହ ଶବକୁ ଶବାଗାରେ ରଖିଥିବା କହିଛନ୍ତି ଥାନା ଅଧିକାରୀ। ତେବେ ଏଭଳି ସ୍ଥାନକୁ ବ୍ୟକ୍ତି ଜଣକ କିଭଳି ଆସିଲେ ତାହାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ। ଏହା ହତ୍ୟା ନା ଆତ୍ମହତ୍ୟା ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି। ପୁଲିସ ଏହାର ବିଧିବଦ୍ଧ ତଦନ୍ତ କରି ପ୍ରକୃତ ତଥ୍ୟ ଲୋକଲୋଚନକୁ ଆଣିବାକୁ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର