୨୨ ବର୍ଷୀୟ ଯୁବତୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଡୁମେରଚୁଆ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମଙ୍ଗଳବାର ଅପରାହ୍ନରେ ଗାଁର ନାଗପଡାର ୨୨ ବର୍ଷୀୟ ଯୁବତୀ ଅଞ୍ଜଲି ନାଗ ନିଜେ ଘରେ ଛାତ ଉପରକୁ ଯାଉଥିବା ସିଡିରେ ଥିବା ଏକ ଲୁହା ପାଇପରେ ଓଢଣି ସାହାଯ୍ୟରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ପରିବାର ଲୋକ ସ୍ଥାନୀୟ ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଧିକ ଆରମ୍ଭ କରିଦେଇଛି । ମୃତକଙ୍କ ବାପା କହିବା ଅନୁସାରେ ସେମାନେ ସମସ୍ତେ ଘରେ ବାହାରେ ଥିଲେ । କେବଳ ଅଞ୍ଜଳି ଘରେ ଥିଲା ।

ଅଞ୍ଜଳିଙ୍କ ଭାଇ କାମରୁ ଘରକୁ ଆସିବା ପରେ ଘର ଭିତର ପଟୁ ବନ୍ଦ ଥିଲା । ପରେ କୌଣସିମତେ ଘର ଭେଲଟିନେସନରୁ ଦେଖିବାବେଳେ ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ଜଣାପଡିଥିଲା । ପରିବାର ଲୋକ ପୁଲିସକୁ ଖବର ଦେବା ସହ ଗାଁର ସରପଞ୍ଚ ଏବଂ ଅନ୍ୟମାନଙ୍କୁ ଜଣାଇଥିଲେ। ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିଥିବା ବେଳେ ପ୍ରେମ ବ୍ୟାପାରକୁ ନେଇ ଏମିତି ଘଟିଥିବା ସନ୍ଦେହ କରାଯାଉଛି । କଣ୍ଟାବାଞ୍ଜି ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର