ତେଲୁଗୁ ଅଭିନେତାଙ୍କୁ ବିବାହ କରିବା ଘଟଣାକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡର ଅଭିନେତ୍ରୀ ମୃଣାଲ ଠାକୁର୍‌ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ରହିଥାଆନ୍ତି । ସମ୍ପ୍ରତି ମୃଣାଲ ଜଣେ ତେଲୁଗୁ ଅଭିନେତାଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ଖବର ଜୋର ଧରିଛି। ଏହି ଖବର ମୃଣାଲଙ୍କ ପାଖରେ ପହଞ୍ଚିବା ପରେ ସେ ଚୁପ ହୋଇ ବସି ପାରି ନଥିଲେ। ସାମ୍ନାକୁ ଆସି ତାଙ୍କ ଫ୍ୟାନ୍ସମାନଙ୍କୁ ନିଜର ବିବାହକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି।

ମୃଣାଲ ଠାକୁର ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି କହିଛନ୍ତି ଯେ ‘ମୁଁ ଆପଣମାନଙ୍କ ମନ ଭାଙ୍ଗିବା ପାଇଁ ବହୁତ ଦୁଃଖୀତ। ଯେଉଁମାନେ ମୋ ବିବାହକୁ ନେଇ ଶୁଭକାମନା ଜଣାଉଛନ୍ତି ସେମାନଙ୍କୁ ମୋର ପ୍ରଶ୍ନ ଯାହାଙ୍କ ସହିତ ମୋର ବିବାହ ହେବ ସେ ପୁଅ କିଏ ମୋତେ ଦୟାକରି ଜଣାଇ ଦିଅନ୍ତୁ? କାରଣ  ଯାହାକୁ ବିବାହ କରିବି ମୁଁ ବି ତାକୁ ଜାଣିବା ଦରକାର ନା।

ମୁଁ ତ ଏଯାଏଁ ଜାଣି ନାହିଁ ମୁଁ କାହାକୁ ବିବାହ କରିବି। ଆପଣମାନଙ୍କ ବିବାହ ଶୁଭେଚ୍ଛାର କି ବାର୍ତ୍ତା ମୁଁ ଦେବି। ଏତିକି ଅନୁରୋଧ ମୁଁ ନିଶ୍ଚୟ ବିବାହ କରିବି। ଆପଣମାନେ ମୋ ପାଇଁ ଗୋଟେ ଭଲ ପୁଅ ଖୋଜି ପାରି‌ବେ କି। ଯଦି ଖୋଜିଦେବେ ତେ‌ବେ ମୋତେ ନିଶ୍ଚିତ ରୂପେ ଜଣାଇବେ। ମୁଁ ଖୁସି ହେବି। ମୋ ବିଷୟରେ ଏଭଳି ମିଥ୍ୟା ପ୍ରଚାର କରନ୍ତୁ ନ‌ାହିଁ। ଯାହା ବାସ୍ତବ ତାହା ଲୋକଙ୍କୁ ଜଣାନ୍ତୁ।’

କିଛି ଦିନ ପୂର୍ବରୁ ଅଲୁ ଅରବିନ୍ଦ୍‌ ଖୁବ୍‌ ଶୀଘ୍ର ମୃଣାଲଙ୍କ ବିବାହ ହେବା ପାଇଁ ତାଙ୍କୁ ଆଶୀର୍ବାଦ ମଧ୍ୟ ଦେଇଥିଲେ । ଏହାପରେ ହିଁ ମୃଣାଲଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର