ପରିବାରର ଆର୍ଥିକ ଅବସ୍ଥା ଖରାପ ହେବା ପରେ ପାଠପଢ଼ା ଛାଡ଼ି ଚା’ ତିଆରି କରିଥିଲେ ଅଭିଷେକ

ମୁମ୍ବାଇ: ପରିବାରର ଆର୍ଥିକ ଅବସ୍ଥା ଖରାପ ହେବା ପରେ ପାଠପଢ଼ା ଛାଡ଼ି ଚା’ ତିଆରି କରିଥିଲେ ବଲିଉଡ ଷ୍ଟାର ଅଭିଷେକ ବଚ୍ଚନ। ନିକଟରେ ଅଭିଷେକ ବଚ୍ଚନ ତାଙ୍କ ବଲିଉଡ ଡେବ୍ୟୁ ପୂର୍ବରୁ ପରିବାର ସମ୍ମୁଖୀନ ହୋଇଥିବା କଠିନ ସମୟ ବିଷୟରେ କହିଥିଲେ, ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ୨୦୦୦ମସିହାରେ ଚଳଚ୍ଚିତ୍ର ‘ରେଫ୍ୟୁଜି’ ମାଧ୍ୟମରେ ବଡ ପରଦାରେ ଡେବ୍ୟୁ କରିଥିଲେ ଅଭିଷେକ।

ତେବେ ଗଲାଟା ପ୍ଲସ୍ ସହିତ ଏକ ରାଉଣ୍ଡ ଟେବୁଲ୍ ଆଲୋଚନାରେ ଅଭିଷେକ କହିଛନ୍ତି, “ମୋ ବାପା ଅମିତାଭ ବଚ୍ଚନଙ୍କ ଆର୍ଥିକ ଅବସ୍ଥା ଖରାପ ହେବା ପରେ ମୁଁ ମୋର କଲେଜ ପାଠପଢ଼‌ା ଅଧାରୁ ଛାଡି ଫେରି ଆସିଥିଲି। ସେ ଏକ କମ୍ପାନି ଖୋଲିଥିଲେ ଯାହାକି ବହୁ କ୍ଷତି ସହିଥିଲା। ଏହି କାରଣରୁ ବାପା ଚିନ୍ତାଗ୍ରସ୍ତ ଥିବା ଦେଖି ତାଙ୍କ ପାଖାପାଖି ରହିବା ପାଇଁ ମୁଁ ପାଠପଢ଼ା ଛାଡ଼ିଥିଲି। ତେଣୁ ମୁଁ ପ୍ରଡକ୍ସନ ବଏ ଭାବେ କାମ କରିବା ସହ ସୁଟିଂ ସେଟରେ ସମସ୍ତଙ୍କ ପାଇଁ ଚା’ ତିଆରି କରୁଥିଲି। ମୋର ଅଭିନୟ ପ୍ରତି ଇଚ୍ଛା ଥିଲେ ବି କେହି ମୋତେ ସୁ‌ଯୋଗ ଦେବାକୁ ଚାହୁନଥିଲେ। ହେଲେ ଏକ ଆୱାର୍ଡ ସୋ’ରେ ଜେପି ଦତ୍ତା ମେ‌ାତେ ଦେଖିବା ପରେ ‘ରେଫ୍ୟୁଜି’ ଫିଲ୍ମ ମୋତେ ଅଫର କରିଥିଲେ।

‘ରେଫ୍ୟୁଜି’ ପରେ ଅଭିଷେକ ବଚ୍ଚନ ‘ବଣ୍ଟି ଔର ବବଲି’, ‘ଧୁମ୍’, ‘ମେଁ ପ୍ରେମ କି ଦିୱାନି ହୁଁ’, ‘ଦିଲ୍ଲୀ ୬’ରେ ଭଳି ଫିଲ୍ମରେ ଅଭିନୟ କରିଥିଲେ।

ସମ୍ବନ୍ଧିତ ଖବର