ଝିଅର ପ୍ରଥମ ଝଲକ ସେୟାର କଲେ ଆଦିତ୍ୟ ନାରାୟଣ

ନୂଆଦିଲ୍ଳୀ : ବଲିଉଡ ଅଭିନେତା ତଥା ସଙ୍ଗୀତଜ୍ଞ ଓ ଉପସ୍ଥାପକ ଆଦିତ୍ୟ ନାରାୟଣ ନିଜର ପର୍ସନାଲ ଓ ପ୍ରୋଫେସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଅର୍ଥାତ ଫେବ୍ରୁଆରି ୨୪ ତାରିଖରେ ସେ ଜଣେ କନ୍ୟା ସନ୍ତାନଙ୍କ ପିତା ହୋଇଥିବା କଥା ସେୟାର କରିଥିଲେ। ଏହାପରେ ଆଦିତ୍ୟଙ୍କ ପ୍ରଶଂସକମାନେ ତାଙ୍କ କନ୍ୟା ସନ୍ତାନଙ୍କ ଗୋଟିଏ ଝଲକ ଦେଖିବା ପାଇଁ ଅପେକ୍ଷା କରି ରହିଥିଲେ। ପ୍ରଶଂସକଙ୍କ ଉତ୍ସାହର ସହ ଅପେକ୍ଷା ଦେଖି ଆଦିତ୍ୟ ତାଙ୍କ କନ୍ୟାଙ୍କର ଫଟୋ ସେୟାର କରିଛନ୍ତି।

ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଆଦିତ୍ୟ ଝିଅ ତ୍ୱିସାଙ୍କୁ ଧରିଥିବା ସହିତ ଫଟୋ ସେୟାର କରି ଲେଖିଛନ୍ତି କି, ‘ମୁଁ ଏହି ସମୟରେ ନିଜକୁ ଖୁବ ଭାଗ୍ୟବାନ ମନେ କରୁଛି। ମୁଁ କିଛି ଦିନ ପାଇଁ ସୋସିଆଲ ମିଡ଼ିଆରୁ ଛୁଟି ନେବାକୁ ଚାହୁଁଛି। ଆଗକୁ କିଛି ସପ୍ତାହ ନିଜ  ଝିଅ ସହିତ ସମୟ ବିତେଇବାକୁ ଚାହୁଁଛି।’

 

ଆଦିତ୍ୟ ଏହି ଫଟୋକୁ ସେୟାର କରିବା ପରେ ଫ୍ୟାନ୍ସମାନେ ବି ଏହାକୁ ଦେଖି ଖୁବ ପସନ୍ଦ କରୁଛନ୍ତି। ଆଦିତ୍ୟଙ୍କ ପ୍ରଶଂସକମାନେ ଏହି ଫଟୋକୁ ଦେଖି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।

ସମ୍ବନ୍ଧିତ ଖବର