ପୁଣି ଚର୍ଚ୍ଚାରେ ଅନ୍ତରା

ଓଲିଉଡ୍‌ର ଆଗଧାଡ଼ିର କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଏବେ ପୁଣି ଚର୍ଚ୍ଚାରେ। ସେ ଗାଇଥିବା ‘ତ୍ରିକନ୍ୟା’ ଚଳଚ୍ଚିତ୍ରର ଗୀତ ‘ମୋ ଛାତିର କୋକେଇରେ ମୋର ସପନ ଜଳୁଛି…’ ଓ ‘ବିଗୁଲ’ର ଗୀତ ‘ଚଗଲି ମନ ମୋର…’ବେଶ୍ ଲୋକାଦୃତ ହୋଇଛି। ପୁଣି ଶ୍ରେଷ୍ଠ ଗାୟିକା ଭାବେ ଅନ୍ତରା ତରଙ୍ଗ ସିନେ ଆୱାର୍ଡ, ଓଡ଼ିଶା ମ୍ୟୁଜିକ୍ ଆୱାର୍ଡ ଓ ଦୁବାଇରେ ଅନୁଷ୍ଠିତ ଫାଇଭ୍ ଷ୍ଟାର୍ ଫିଲ୍ମ ଆୱାର୍ଡରେ ପୁରସ୍କୃତ ହୋଇଛନ୍ତି। ତେଣେ ସେ ପ୍ରସିଦ୍ଧ ବଲିଉଡ୍ ସଙ୍ଗୀତକାର ଅଜୟ-ଅତୁଲଙ୍କ ସ୍ବର ସଂଯୋଜନାରେ ମଧ୍ୟ କଣ୍ଠଦାନ କରିବାର ସୁଯୋଗ ପାଇଛନ୍ତି। ଆଗାମୀ ଦିନରେ ‘ଚନ୍ଦ୍ରବଂଶୀ’, ‘ମୁରଲୀ’ ଓ ‘ଖୋକା ଭାଇ ତମ ପାଇଁ’ ସମେତ ଆଉ କେତେକ ଫିଲ୍ମରେ ତାଙ୍କ କଣ୍ଠସ୍ବର ଶୁଣିବାକୁ ମିଳିବ। ଉଲ୍ଲେଖଯୋଗ୍ୟ, ସେ ଇତି ମଧ୍ୟରେ ଶତାଧିକ ଓଡ଼ିଆ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ କାମ କରିସାରିଲେଣି।

ସମ୍ବନ୍ଧିତ ଖବର