ଡ୍ରଗ୍ସ ବ୍ୟବସାୟରେ ସମ୍ପୃକ୍ତ ଥିବା ନେଇ ବିଗ୍ ବସ୍ ଫେମ ଅବ୍‌ଦୁଙ୍କୁ ସମନ ପଠାଇଛି ଇଡି

ହାଇଦ୍ରାବାଦ:  ଟେଲିଭିଜନ ଅଭିନେତା ତଥା ବିଗ୍ ବସ୍ ରନର୍ସ ଅପ୍ ଅବ୍‌ଦୁ ରୋଜିକଙ୍କ ଲୋକପ୍ରିୟତ‌ା ଖୁବ ରହିଛି। ଖବର ଆସିଛି କି ମନିଂ ଲଣ୍ଡରିଂ ମାମଲାରେ ଅବ୍‌ଦୁ ରୋଜିକ ଛନ୍ଦି ହୋଇଯାଇଛନ୍ତି ଯେଉଁ କାରଣରୁ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା ପାଇଁ ଫେବ୍ରୁଆରି ୧୪ ତାରିଖରେ ସମନ ଜାରି କରିଥିଲା। ଆଜି ପୁଣି ଏ ମାମଲାରେ ଅବ୍‌ଦୁଙ୍କୁ ପଚରାଉଚରା ପାଇଁ ଡକାଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଫେବ୍ରୁଆରି ୨୭ ତାରିଖ ଦିନ ୧୨.୩୦ରେ ଅବ୍‌ଦୁଙ୍କୁ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟକୁ ପଠାଯାଇଛି। ସେଠାରେ ତାଙ୍କୁ ମନିଂ ଲଣ୍ଡରିଂ ମାମଲାରେ ଟିକନିଖ ପ୍ରଶ୍ନ ପଚରାଯିବ। ଏହି ଘଟଣାକୁ ନେଇ ଅବ୍‌ଦୁଙ୍କ ଓକିଲ କହିଛନ୍ତି, ‘ଅବ୍‌ଦୁଙ୍କୁ ମନି ଲଣ୍ଡରିଂ ମାମଲାରେ ସାକ୍ଷୀ ଭାବେ ହାଜର ହେବାକୁ ଡକାଯାଇଛି।’

ଉଲ୍ଲେଖଯୋଗ୍ୟ, ଅବ୍‌ଦୁ କଣ୍ଠଶିଳ୍ପୀ ଓ ଅଭିନେତା ହେବା ସହ ଜଣେ ବ୍ୟବସାୟୀ ଭାବେ କାମ କରନ୍ତି। ତାଙ୍କର ଦେଶର ବିଭିନ୍ନ ସ୍ଥାନରେ ରେ‌ସ୍ତୋରାଁ ରହିଛି। ବିଗବସ-୧୬ରୁ ବାହାରକୁ ଆସିବା ପରେ ସେ ମୁମ୍ବାଇରେ ‘ବୁର୍ଗିର’ ନାମକ ଏକ ବିଳାଶମୟ ରେସ୍ତୋରାଁ ଖୋଲିଥିଲେ। କୁହାଯାଉଛି କି ଏହି ରେସ୍ତୋରାଁରେ ଯେଉଁ କମ୍ପାନିର ଟଙ୍କା ଲାଗିଛି ଉକ୍ତ କମ୍ପାନି ଡ୍ରଗ୍ସ ବ୍ୟବସାୟରେ ସମ୍ପୃକ୍ତ ରହିଛି। ତେଣୁ ଏହି ମାମଲାକୁ କେନ୍ଦ୍ର କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅବ୍‌ଦୁଙ୍କୁ ସମନ ପଠାଇ ପଚରାଉଚରା ପାଇଁ ଡକାଇଛି।

ସମ୍ବନ୍ଧିତ ଖବର