‌ମାଆଙ୍କ ସହ ଦେଲେ ପୋଜ୍‌; ‘ସୋଲୋ ଫଟୋ’କୁ ନା କହିଲେ ନ୍ୟାସା ଦେବଗନ୍‌

ନୂଆଦିଲ୍ଲୀ: ନିକଟରେ ମୁମ୍ବାଇରେ ନୀତା ମୁକେଶ ଅମ୍ବାନୀ କଲଚରାଲ୍ ସେଣ୍ଟରର ଉଦ୍‌ଘାଟନୀ ସମାରୋହର ବଲିଉଡର ଅନେକ ତାରକା ଉପସ୍ଥିତ ଥିଲେ। ପ୍ରିୟଙ୍କା ଚୋପ୍ରା, ତାଙ୍କ ସ୍ବାମୀ ନିକ୍‌ ଜୋନାସ୍‌,  ଗିଗି ହାଡିଡ୍‌, ସଲମାନ ଖାନ, ଶାହରୁଖ ଖାନ ଓ ତାଙ୍କର ପରିବାରବର୍ଗ, ସାହିଦ କପୁର ଏବଂ ତାଙ୍କ ପତ୍ନୀ ମୀରା ରାଜପୁତ, ଦୀପିକା ପାଦୁକୋନ ଓ ସ୍ବାମୀ ରଣବୀର ସିଂ ସମସ୍ତେ ନଜର ଆସିଥିଲେ। ଏହି ଅବସରରେ ମାଆ କାଜଲ୍‌ଙ୍କ ସହ ନଜର ଆସିଥିଲେ ନ୍ୟାସା ଦେବ୍‌ଗନ୍‌।

zeenews.india.com

ତେବେ ଇଭେଣ୍ଟ୍‌ରେ ନ୍ୟାସାଙ୍କ ପୋଷାକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ପ୍ରଥମେ ସେ ମାଆ କାଜଲଙ୍କ ସହ ଫଟୋ ପୋଜ୍‌ ଦେଇଥିଲେ। ମାତ୍ର ଯେତେବେ‌େଳେ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ‘ସେ‌ାଲୋ’ ଫଟୋ ପୋଜ୍‌ ଦେବାକୁ କହିଲେ ତ ସେ ମନା କରିଦେଲେ। କାଜଲ ତାଙ୍କୁ ଆଖି ଦେଖାଉଥିବା ବେଳେ ସେ ଅଣଦେଖା କରି ଚାଲି ଯାଉଥିବାର ଦୃଶ୍ୟ ସ୍ପଷ୍ଟ କ୍ୟାମେରାରେ କଏଦ ହୋଇଛି।

 

 

View this post on Instagram

 

A post shared by Viral Bhayani (@viralbhayani)

ଯଦିଓ ନ୍ୟାସା ଏଯାଏ ଅଭିନୟ ଦୁନିଆରେ ପାଦ ଥାପିନାହାନ୍ତି, ତଥାପି ତାଙ୍କ ବିଷୟରେ ଜାଣିବାକୁ ଉତ୍ସୁକତା ସଦାବେଳେ ରହିଥାଏ। ଆପଣ ଜାଣନ୍ତି ଯେ ନ୍ୟାସା ହେଉଛନ୍ତି ଅଜୟ ଦେବଗନ୍‌ ଓ କାଜଲ ଦେବଗନ୍‌ଙ୍କ ବଡ଼ ଝିଅ। ତାଙ୍କର ଯୁଗ୍‌ ଦେବ୍‌ଗନ୍‌ ନାମକ ଏକ ପୁଅ ବି ଅଛି।

ନ୍ୟାସା ମୁମ୍ବାଇର ଧୀରୁବାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରେ ପାଠ ପଢ଼ିଥିଲେ ଏବଂ ପରେ ସିଙ୍ଗାପୁରର ଦକ୍ଷିଣ ପୂର୍ବ ଏସିଆର ୟୁନାଇଟେଡ୍ କଲେଜରେ ନାମ ଲେଖାଇଥିଲେ। ସେ ବର୍ତ୍ତମାନ ସ୍ୱିଜରଲ୍ୟାଣ୍ଡର ଗଲିଅନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହାୟର୍‌ ଏଜୁକେସନ୍‌ରେ ଇଣ୍ଟର୍‌ନେସ୍‌ନାଲ୍‌ ହସ୍ପିଟାଲିଟି ଉପରେ ଅଧ୍ୟୟନ କରୁଛନ୍ତି।

ସମ୍ବନ୍ଧିତ ଖବର