ଯଦି ତୁମେ ବୁଦ୍ଧିମାନ ତେବେ ମୋତେ ଡରିବା ଉଚିତ୍‌; ଜାଣନ୍ତୁ ଏଭଳି କାହିଁକି କହିଲେ କଙ୍ଗନା

ମୁମ୍ବାଇ: ସବୁବେଳେ ନିଜର ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍। ଏପର୍ଯ୍ୟନ୍ତ ଅନେକ ଥର ବଲିଉଡ ବିରୋଧୀ ମନ୍ତବ୍ୟ ଦେଇ ବିବାଦରେ ରହିଛନ୍ତି କଙ୍ଗନା। ଅନେକ ସମୟରେ ତାଙ୍କର କିଛି ଏଭଳି ଭିଡିଓ ଭାଇରାଲ ହୁଏ, ଯାହାକୁ ନେଇ ସେ ଚର୍ଚ୍ଚାକୁ ଆସିଥାନ୍ତି। ଏବେ ତାଙ୍କର ଆଉ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ କହୁଛନ୍ତି ମୋତେ ଡରିବା ଉଚିତ।

ଭାଇରାଲ ହେଉଥିବା ଭିଡିଓରେ କଙ୍ଗନା ବିମାନବନ୍ଦର ଭିତରକୁ ଯାଉଛନ୍ତି। ଏହି ସମୟରେ ଗଣମାଧ୍ୟମ ପ୍ରତିନିଧିମା‌ନେ ତାଙ୍କର ଫଟୋ ଉଠାଇବା ସହ ଆପଣଙ୍କୁ ଦେଖିଲେ ଡର ଲାଗେ ବୋଲି କହୁଛନ୍ତି। ଏହା ଶୁଣି କଙ୍ଗନା ହସିବା ସହ କହୁଛନ୍ତି, ଲାଗିବା ଦରକାର। ଯଦି ତୁମେ ବୁଦ୍ଧିମାନ ତେବେ ତୁମେ ମୋତେ ଡରିବା ଉଚିତ୍।

 

View this post on Instagram

 

A post shared by Viral Bhayani (@viralbhayani)

ଏହା ପୂର୍ବରୁ କଙ୍ଗନାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଚାଲାକ ବୋଲି କହିଥିଲେ।ବିମାନବନ୍ଦରରେ କଙ୍ଗନାଙ୍କ ଫଟୋ ଉଠାଉଥିବା ଫଟୋ ସାମ୍ବାଦିକମାନଙ୍କୁ କଙ୍ଗନ‌ା ଚାଲାକ୍ ବୋଲି କହି ଫିଲ୍ମ ମାଫିଆଙ୍କୁ ପ୍ରଶ୍ନ କାହିଁକି ପଚାରୁନ ବୋଲି କହିଥିଲେ ଅଭିନେତ୍ରୀ।‌ ସେ କହିଥିଲେ, ଯଦି ଫିଲ୍ମ ମାଫିଆଙ୍କୁ ନେଇ କିଛି ବିବାଦ ହୁଏ, ତେବେ ତାଙ୍କୁ କେହି ପ୍ରଶ୍ନ ପଚାରିବନି। ହେଲେ ମୋ ସହ ଜଡ଼ିତ କିଛି ବିବାଦ ହେଲେ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରିବ।

ସମ୍ବନ୍ଧିତ ଖବର