୧୪ବର୍ଷ ହେଲା ଏହି କାରଣରୁ ରାତ୍ରି ଭୋଜନ କରୁନାହାନ୍ତି ମନୋଜ ବାଜପେୟୀ

ମୁମ୍ବାଇ: ୧୪ବର୍ଷ ହେଲାଣି ରାତ୍ରି ଭୋଜନ କରୁନାହାନ୍ତି ବଲିଉଡ ଅଭିନେତା ମନୋଜ ବାଜପେୟୀ। ନିଜର ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ମନୋଜ ରାତ୍ରି ଭୋଜନ ନକରିବା ପଛରେ ଏକ ବଡ଼ କାରଣ ରହିଛି। ୫୪ବର୍ଷ ବୟସରେ ବି ମନୋଜ ନିଜକୁ ଫିଟ୍ ରଖିଥିବା ବେଳେ ଏଥିପାଇଁ ସେ କଡ଼ା ପରିଶ୍ରମ କରନ୍ତି।

କର୍ଲି ଟେଲ୍ସକୁ ସାକ୍ଷାତକାର ଦେଇ ମନୋଜ ବାଜପେୟୀ କହିଛନ୍ତି, ମୁଁ ୧୪ବର୍ଷ ହେଲାଣି ରାତିରେ ଭୋଜନ କରୁନାହିଁ। ମଧ୍ୟାହ୍ନ ଭୋଜନ ପରେ ଆମର ରୋଷେଇ ଘର ବନ୍ଦ ହୋଇଯାଏ। ମୋ ଝିଅ ହଷ୍ଟେଲରୁ ଆସିଲେ ହିଁ ଆମେ ମଧ୍ୟାହ୍ନ ଭୋଜନ ପରେ ରୋଷେଇ ଘର ଖୋଲିଥାଉ। ଏଭଳି କରିବାର ପ୍ରେରଣା ମୋତେ ମୋ ଜେଜେଙ୍କଠାରୁ ମିଳିଥିଲା। ସେ ଏଭଳି କରି ବହୁତ ଫିଟ ରହିଥିଲେ। ମୁଁ ତାଙ୍କୁ ଅନୁସରଣ କରିବା ପରେ ମୋର ଓଜନ ନିୟନ୍ତ୍ରଣରେ ରହିବା ସହ ମୁଁ ଶକ୍ତିଶାଳୀ ଅନୁଭବ କରିଥିଲି। ସେଥିପାଇଁ ମୁଁ ରାତିରେ ଖାଇବା ଛାଡ଼ି ଦେଇଥିଲି। ୧୪ବର୍ଷ ହେଲାଣି ମୁଁ ଏହି ଉପାୟ ଆପଣାଇ ନିଜକୁ ଫିଟ୍ ରଖି ଆସିଛି। ପ୍ରଥମେ ଏହା କରିବାରେ ଅସୁବିଧା ହୋଇଥିଲା। ଭୋକ ମାରିବା ପାଇଁ ଅଧିକ ପାଣି ପିଇବା ସହ ବିସ୍କୁଟ ବି ଖାଉଥିଲି। ହେଲେ ସମୟ ସହ ସବୁ ଅଭ୍ୟାସରେ ପରିଣତ ହୋଇଗଲା। ଏବେ ମୁଁ ରାତ୍ରି ଭୋଜନ ନ କରି ଆରାମରେ ଶୋଇପାରୁଛି।

ସମ୍ବନ୍ଧିତ ଖବର