‘ଓଡ଼ିଶା କୁଇନ୍’ରେ ବିଜୟିନୀ ତ୍ରିହୀନା ଦାସ: ସୋନମ୍‌ ଆଚାର୍ଯ୍ୟ ପ୍ରଥମ ରନର୍ସଅପ, ଅନିନ୍ଦିତା ଆଚାର୍ଯ୍ୟ ଦ୍ବିତୀୟ ରନର୍ସଅପ୍

ସାରା ଓଡ଼ିଶାରେ ୧୨ଟି ଜାଗାରେ ଅଡିସନ୍ ହେଇଥିଲା। ଏଥିରୁ ଟପ୍ ୨୯ ଜଣ ସୁନ୍ଦରୀ ମନୋନୀତ ହେଲେ। ଗ୍ରୁମିଙ୍ଗ୍ ରାଉଣ୍ଡରେ ବଲିଉଡ୍‌ର ମିଷ୍ଟର କେୟୁର ଦେଶାଇ, ମିସ୍ ୱାର୍ଲଡ୍ ମାନସୀ ଚିଲର ଆସିଥିଲେ। ଓଲିଉଡ୍ ଅଭିନେତ୍ରୀ ଅର୍ଚ୍ଚିିତା ଥିଲେ ଏଇ ଇଭେଣ୍ଟର ବ୍ରାଣ୍ଡ ଆମ୍ବାସଡାର। ଭୁବନେଶ୍ବରର ଏକ ତାରକା ହୋଟେଲରେ ‌ମଡେଲ୍‌ମାନଙ୍କର ଗ୍ରୁମିଙ୍ଗ୍ ହେଲା। ସବ୍ୟସାଚୀ, ଦେବାଶିଷ, ଜ୍ୟୋତି, ଭୂମିକା, ଶିବାନୀ, ରିୟା ଏମିତି ଓଲିଉଡ୍‌ର ପ୍ରାୟ କଳାକାର ଏଇ ଇଭେଣ୍ଟରେ ଯୋଗ ଦେଇଥିଲେ।

‘ଓଡ଼ିଶା କୁଇନ୍’ରେ ୱିନର ହେଲେ ତ୍ରିହୀନା ଦାସ, ପ୍ରଥମ ରନର୍ସଅପ୍ ହେଲେ ସୋନମ୍‌ ଆଚାର୍ଯ୍ୟ ଏବଂ ଦ୍ବିତୀୟ ରନର୍ସଅପ୍ ହେଲେ ଅନିନ୍ଦିତା ଆଚାର୍ଯ୍ୟ। ୱିନର ୫୦ ହଜାର ଟଙ୍କା ପାଇଥିବା ବେଳେ ପ୍ରଥମ ରନର୍ସଅପ୍‌ଙ୍କୁ ୩୦ ହଜାର ଏବଂ ସେକେଣ୍ଡ ରନର୍ସଅପ୍‌ଙ୍କୁ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ୱିନର ତ୍ରିହୀନାଙ୍କୁ ଆରଆର ଇଭେଣ୍ଟସ୍ ଓ ସିନେ ପ୍ରଡକ୍ସନର ନୂଆ ଚଳଚ୍ଚିତ୍ର ପାଇଁ ସୁଯୋଗ ମିଳିଛି।

ତୃତୀୟ ‘ଓଡ଼ିଶା କୁଇନ୍’ ଇଭେଣ୍ଟରେ ଅର୍ଚ୍ଚିତା, ତମନ୍ନା, ଜାହିରା ଏହମ୍ମଦ, ଶାଶ୍ବତ ଯୋଶୀ, ଆଇଏଏସ୍ ଅଧିକାରୀ ପା‌ର୍ଥସାରଥୀ ମିଶ୍ର, ଇଭିଓଏସ୍‌ର ଏମ୍‌ଡି କଳିଙ୍ଗ କେଶରୀ ରଥ ପ୍ରମୁଖ ବିଚାରକ ଥିଲେ। ଗ୍ରାଣ୍ଡ ଫିନାଲେ ଓ ପୁରସ୍କାର ପ୍ରଦାନ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ଅଭିନେତା ଆକାଶ ଦାସ ନାୟକ, ସବ୍ୟସାଚି, ଅର୍ଚ୍ଚିତା ଏବଂ ଅରୁନ୍ଧତୀ ଜୁଏଲାରୀର ଏମ୍‌ଡି ବ୍ରହ୍ମାନନ୍ଦ ମେହେର। ଏହାର ଆୟୋଜକ ଥିଲେ ‘ଓଡ଼ିଶା କୁଇନ୍ କଲ୍‌ଚରାଲ୍‌ ଫେଷ୍ଟ ଇଭେଣ୍ଟ ଓ ଆରଆର ଇଭେଣ୍ଟସ୍‌ ଆଣ୍ଡ ସିନେ ପ୍ରଡକ୍ସନ୍‌ସର ଚେୟାରମେନ୍ ରମେଶ ବାରିକ।

ସମ୍ବନ୍ଧିତ ଖବର