‘ମୁଁ ମିସ୍ ୱାଲର୍ଡ ହେବା ସମୟରେ ମୋର ସ୍ବାମୀଙ୍କୁ ୭ବର୍ଷ ହୋଇଥିଲା’: ପ୍ରିୟଙ୍କା

ମୁମ୍ବାଇ: ମନୋରଞ୍ଜନ ଦୁନିଆର ଆଗଧାଡିର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ କ୍ୟାରିୟର ଏବେ ଖୁବ ଉଚ୍ଚରେ। ତାଙ୍କୁ ବଲିଉଡରେ ପସନ୍ଦ କରାଯାଉଛି। ଏଥିସହିତ ନିକ ଜୋନସଙ୍କ ସହିତ ତାଙ୍କ ଯୋଡ଼ିକୁ ଲୋକେ ଯେତିକି ପସନ୍ଦ କରନ୍ତି ସେତିକି ଟ୍ରୋଲ ବି କରନ୍ତି। କାରଣ ନିକ ପ୍ରିୟଙ୍କା ଠାରୁ ୧୦ବର୍ଷ ସାନ। ନିକ ୭ବର୍ଷର ହୋଇଥିବା ବେଳେ ପ୍ରଥମେ ସେ ପ୍ରିୟଙ୍କାଙ୍କୁ ଦେଖିଥି‌ଲେ।

ପ୍ରିୟଙ୍କା ଏକ ସାକ୍ଷାତକାରେ କହିଛନ୍ତି, ନିକ ୨୦୦୦ ମସିହାରେ ମୋତେ ପ୍ରଥମଥର ଟେଲିଭିଜନରେ ମିସ ୱାଲର୍ଡ କାର୍ଯ୍ୟକ୍ରମରେ ବିଜୟିନୀ ହେଉଥିବା ଦେଖିଥିଲେ। ସେତେବେଳେ ତାଙ୍କ ବୟସ ମାତ୍ର ୭ବର୍ଷ ଥିଲା ବେଳେ ମୋତେ ୧୮ବର୍ଷ ହୋଇଥିଲା। ମୋତେ ଏସବୁ କଥା ମୋର ଶାଶୁ କହିଛନ୍ତି। କାରଣ ମିସ ୱାଲର୍ଡ କାର୍ଯ୍ୟକ୍ରମକୁ ଦେଖିବାକୁ ମୋର ଶ୍ବଶୁର ଖୁବ ପସନ୍ଦ କରୁଥିଲେ। ଶାଶୁ କହନ୍ତି କି ମୋ ଶ୍ବଶୁର ମିସ ୱାଲର୍ଡ କାର୍ଯ୍ୟକ୍ରମ ଦେଖୁଥିବା ବେଳେ‌ ନିକ ଆସି ତାଙ୍କ ପାଖରେ ବସିଥିଲେ। ଆଉ ଦୁହେଁ ଏକାଠି ବସି ଦେଖିଥି‌ଲେ। ନିକଙ୍କ ସହିତ ଭେଟ ହେବା ଓ ତା’ ପରେ ତାଙ୍କୁ ବିବାହ କରିବା ଭାଗ୍ୟର ଖେଳ ବୋଲି ମୁଁ ଭାବେ।’

ନିକଟରେ ଏକ ସାକ୍ଷାତକାରରେ ପ୍ରିୟଙ୍କା ଚୋପ୍ରା ପ୍ରକାଶ କହିଛନ୍ତି କି,  ସେ ଖୁସିରେ ତାଙ୍କ ଝିଅ ମାଲତି ମ୍ୟାରି ପାଇଁ କ୍ୟାରିୟର ଛାଡିବେ। ସେ ଭାବୁଥିଲେ ଯେ ତାଙ୍କ କ୍ୟାରିୟର ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ପିଲାମାନଙ୍କ ପାଇଁ ଆଡଜଷ୍ଟମେଣ୍ଟ କରିବା ପିତାମାତାଙ୍କ ଦାୟିତ୍ୱ। ଏବେ ତାଙ୍କର ମତ ବଦଳି ଯାଇଛି। ସେ ନିଜ ଝିଅ ପାଇଁ କ୍ୟାରିୟର ଛାଡିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି।

ସମ୍ବନ୍ଧିତ ଖବର