ରଶ୍ମିକା ମନ୍ଦାନା ‘ଡିପ୍‌ଫେକ୍‌’ ମାମଲାରେ ଆକ୍ସନ ମୋଡ୍‌ରେ ପୁଲିସ୍‌: ରୁଜୁ ହେଲା ମାମଲା

ନୂଆଦିଲ୍ଲୀ: ରଶ୍ମିକା ମନ୍ଦାନା ‘ଡିପ୍‌ଫେକ୍‌’ ବିବାଦକୁ ନେଇ ସାରା ଦେଶରେ ଚହଳ ପଡ଼ିଥିବା ବେଳେ ଏବେ ଆକ୍ସନ ମୋଡ୍‌କୁ ଆସିଛି ପୁଲିସ୍‌। ‘ଡିପ୍‌ଫେକ୍‌’ ମାମଲାରେ ପୁଲିସ୍‌ ଜଣେ ଅଜ୍ଞାତ ଲୋକ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ମାମଲାକୁ ନେଇ ଦିଲ୍ଳୀ ମହିଳା ଆୟୋଗ ପୁଲିସ୍‌କୁ ନୋଟିସ୍‌ ପଠାଇଥିବା ବେଳେ ପୁଲିସ୍‌ ଏବେ ତତ୍ପରତା ଦେଖାଇଛି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ନଭେମ୍ବର ୧୦ ତାରିଖରେ ଦିଲ୍ଳୀ ପୁଲିସ୍‌ର ଏକ ସ୍ବତନ୍ତ୍ର ସେଲ୍‌ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରିଛି। ପୁଲିସ୍‌ର କହିବା କଥା ହେଉଛି ଏହି ମାମଲାକୁ ନେଇ ଏକ ଟିମ୍‌ ଗଠନ କରାଯାଇ ଏହାର ତଦନ୍ତ ଆରମ୍ଭ ହୋଇଛି।

ଡିପ୍‌ଫେକ୍‌ ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ରିଟିଶ-ଭାରତୀୟ ଇନଫ୍ୟୁଏନ୍ସର ଜାରା ପଟେଲ, କଳା ପୋଷାକ ପିନ୍ଧି ଲିଫ୍‌ଟରେ ପ୍ରବେଶ କରୁଛନ୍ତି। ତେବେ, ତାଙ୍କ ଚେହେରାକୁ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଭଳି ଦେଖାଯିବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ଏଡିଟ୍‌ କରାଯାଇଛି। ଏହି ଭିଡିଓ ଇଣ୍ଟରନେଟ୍‌ରେ ଅପ୍‌ଲୋଡ ହେବାପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ଏବଂ ବଲିଉଡ୍‌ ଆଇକନ୍‌ ଅମିତାଭ ବଚ୍ଚନଙ୍କ ସମେତ ଚଳଚ୍ଚିତ୍ର ଜଗତର ଅନେକ ବ୍ୟକ୍ତତ୍ବ ଏ ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।

‘ଏଭଳି କିଛି କେବଳ ମୋ ପାଇଁ ନୁହେଁ; ବରଂ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଭୟଙ୍କର, ଯେଉଁମାନେ ଟେକ୍ନୋଲୋଜିର ଦୂରୁପଯୋଗ ପାଇଁ ଆଜି ଏତେ କ୍ଷତି ସହୁଛନ୍ତି’ ବୋଲି  ଆଇକନ୍‌ ଅମିତାଭ ବଚ୍ଚନ ଏକ ସୋସିଆଲ୍‌ ମିଡିଆ‌ ପୋଷ୍ଟ୍‌ ଜରିଆରେ କହିଥିଲେ।

ସମ୍ବନ୍ଧିତ ଖବର