ଦୁଇ ଦଶମ ଶ୍ରେଣୀ ଛାତ୍ର ନିଖୋଜ: ଥାନାର ଦ୍ୱାରସ୍ଥ ହେଲେ ଅଭିଭାବକ

ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ଅନନ୍ତପୁର ଗ୍ରାମର ଦୁଇଜଣ ଦଶମ ଶ୍ରେଣୀ ଛାତ୍ର ନିଖୋଜ ଥିବା ନେଇ ଛାତ୍ରଙ୍କ ପରିବାର ତରଫରୁ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ଏହି ଗ୍ରାମର ରମେଶ ସାହୁଙ୍କ ପୁଅ ରାଜେଶ ସାହୁ ଓ ତାଙ୍କର ସହପାଠୀ ଅବିନାଶ ପରମାଣିକ ନିକଟସ୍ଥ ପାଟିମୁଣ୍ଡା ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢନ୍ତି। ଗତକାଲି ଖେଳଛୁଟିରେ ଦେହ ଖରାପ ଥିବା କହି ଘରକୁ ଆସିଥିଲେ। ପରେ ବ୍ୟାଙ୍କ ବହି ପ୍ରିଣ୍ଟ କରିବାକୁ କହି ଅନନ୍ତପୁର ବଜାରକୁ ଯାଇଥିଲେ। ମାତ୍ର ବିଳମ୍ବିତ ରାତି ପର୍ଯ୍ୟନ୍ତ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ଶେଷରେ ଅନନ୍ତପୁର ଫାଣ୍ଡିରେ ପୁଅ ନିଖୋଜ ଥିବା ନେଇ ଅଭିଯୋଗ କରିଛନ୍ତି।

ପ୍ରକାଶ ଥାଉକି ରାଜେଶଙ୍କ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଯୋଗାଯୋଗ କରିବା ପରେ କେଉଁଝର ସ୍ଥିତ ଏକ ପାନ ଦୋକାନରୁ ରାଜେଶ ଓ ତାଙ୍କର ଦୁଇ ଜଣ ସାଙ୍ଗ ଜିନ୍ଦଲରେ କାମ କରିବାକୁ ଯାଇଥିବା ଜାଣିବାକୁ ପାଇଥିବା ପୁଲିସକୁ ଜଣାଇଛନ୍ତି। ପୁଲିସ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର