ଏହି କାରଣରୁ ୟୁଟ୍ୟୁବ୍‌ ବ୍ଲକ୍‌ କରିଦେଲା ସୀମାଙ୍କ ଚ୍ୟାନେଲ୍‌: ପୁଣି ଥରେ ସମର୍ଥନ ଦେବାକୁ ଲୋକଙ୍କୁ ଗୁହାରୀ କଲେ ସୀମା

ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଥିବା ସୀମା ହାଇଦରଙ୍କ ବିଷୟରେ ତ ଆପଣ ଜାଣନ୍ତି। କିଛି ଦିନ ଅନ୍ତରରେ କୌଣସି ନା କୌଣସି କଥାକୁ ନେଇ ସୀମା ଚର୍ଚ୍ଚାରେ ରହିଥାନ୍ତି। ସୀମା ହାଇଦରଙ୍କ ପ୍ରେମ କାହାଣୀ ଯେତିକି ଆକର୍ଷଣୀୟ ସେତିକି ଆକର୍ଷଣୀୟ ତାଙ୍କ ଚଳଚ୍ଚିତ୍ର ମଧ୍ୟ। ସୀମା ତାଙ୍କ ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଆସିଥିଲେ। ସେ ନେପାଳ ସୀମା ଦେଇ ଭାରତରେ ପ୍ରବେଶ କରିଥିଲେ ଏବଂ ବର୍ତ୍ତମାନ ତାଙ୍କ ସ୍ୱାମୀ ସଚିନ ମୀନାଙ୍କ ସହ ଗ୍ରେଟର ନୋଏଡାରେ ରହୁଛନ୍ତି। ତେବେ ଏକଥା ବି ଆପଣ ଜାଣନ୍ତି ଯେ ସୀମା ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରୁ ପାରିଶ୍ରମିକ ଭାବେ ୪୫ ହଜାର ଟଙ୍କା ପ୍ରଥମ ଥର ପାଇଁ ରୋଜଗାର କରି ସାରିଛନ୍ତି।

ହେଲେ ଏହାରି ମଧ୍ୟରେ ଏକ ଦୁଃଖର କଥା ଦେଖିବାକୁ ମିଳିଛି। ଅନୁପଯୁକ୍ତ ବିଷୟବସ୍ତୁକୁ ନେଇ ଭିଡିଓ କରୁଥିବା କାରଣ ଦର୍ଶାଇ ୟୁଟ୍ୟୁବ୍‌ ତାଙ୍କ ଚ୍ୟାନେଲ୍‌କୁ ବ୍ଲକ୍‌ କରିଦେଇଛି। ସୀମାଙ୍କର ତାଙ୍କ ଶାଶୂଙ୍କ ସହ ବି ଏକ ସ୍ବତନ୍ତ୍ର ସଂପର୍କ ରହିଛି ବୋଲି ଭଡିଓରୁ ଦେଖିବାକୁ ମିଳୁଛି। ଦୁଇ ଜଣକ ଯାକ ମିଶିକି ବ୍ଲଗ୍‌ ବନାଉଛନ୍ତି। ହେଲେ ଦୁଃଖର କଥା ହେଉଛି, ସୀମାଙ୍କ ଦିଅର ବନ‌ାଇଥିବା ତାଙ୍କର ପ୍ରଥମ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ବନ୍ଦ ହୋଇଯାଇଛି। ସେଥିରେ ତାଙ୍କର ୧ ଲକ୍ଷ ସବ୍‌ସ୍କ୍ରାଇବର୍‌ ହୋଇ ଯାଇଥିଲେ। ହେଲେ କପି ରାଇଟ୍‌ ସମସ୍ୟାକୁ ନେଇ କମ୍ପାନି ତାହାକୁ ବନ୍ଦ କରିଦେଇଛି। ସୀମା ଏବେ ଲୋକଙ୍କୁ ଗୁହାରୀ କରିଛନ୍ତି ଯେ ସେ ପୁଣି ଏବେ ଯେଉଁ ଚ୍ୟାନେଲ୍‌ କରିଛନ୍ତି ଲୋକ ତାହାକୁ ସମର୍ଥନ ଦିଅନ୍ତୁ।

ସମ୍ବନ୍ଧିତ ଖବର