ଜନ୍ମଦିନରେ ସିଦ୍ଧାର୍ଥଙ୍କୁ ମନେ ପକାଇ ଏଭଳି କଥା କହିଛନ୍ତି ଶେହନାଜ, ଭାବିବହ୍ବଳ ହେଲେ ପ୍ରଶଂସକ

ନୂଆଦିଲ୍ଲୀ: ଶେହନାଜ ଗିଲଙ୍କ ଅତି ଘନିଷ୍ଠ ବନ୍ଧୁ ତଥା ଅଭିାନେତା ସିଦ୍ଧାର୍ଥ ଶୁକ୍ଳା ଆମ ଗହଣରେ ନାହାନ୍ତି। କିନ୍ତୁ ସେ ଆଜି ବି ତାଙ୍କ ପ୍ରଶଂସକଙ୍କ ହୃଦୟରେ ଜୀବିତ ଅଛନ୍ତି। ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଶେହନାଜ ଅନେକ ଭାବବିହ୍ବଳ ପୋଷ୍ଟ ସେୟାର କରିଛନ୍ତି।

ଏହି କ୍ରମରେ ଆଜି ସିଦ୍ଧାର୍ଥ ଶୁକ୍ଳାଙ୍କ ଜନ୍ମଦିନ। ସିଦଙ୍କୁ ମନେ ପକାଇ ବିଗବସ-୧୩ ଫେମ ଶେହନାଜ ଭାବବିହ୍ବଳ ହୋଇପଡ଼ିଛନ୍ତି। ଶେହନାଜ ଏବଂ ସିଦ୍ଧାର୍ଥ ବିଗବସ-୧୩ରେ ଚର୍ଚ୍ଚାକୁ ଆସିଥିଲେ। ଏହାପ‌ରଠାରୁ ଦର୍ଶକ ତାଙ୍କୁ ସିଡନାଜ ବୋଲି ଡାକିବା ଆରମ୍ଭ କରିଥିଲେ।

ଶେହେନାଜ ଆଜି ଦିନରେ ସିଦ୍ଧାର୍ଥଙ୍କ ଏକ ସୁନ୍ଦର ଫଟୋକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଫଟୋରେ ସେ ଓ ସିଦ୍ଧାର୍ଥ ଖୁସିରେ ହସୁଥିବା ଦେଖିବାକୁ ମିଳୁଛି। ସେ କ୍ୟାପସନରେ ଲେଖିଛନ୍ତି, ‘ଦିନେ ମୁଁ ତୁମକୁ ପୁଣିଥରେ ଭେଟିବି।’ଏଥିସହିତ ସେ ସିଦ୍ଧାର୍ଥଙ୍କ ଜନ୍ମ ତାରିଖ ୧୨/୧୨ ଲେଖିଥିବା ବେଳେ  ଏକ ଧଳା ହୃଦୟ ଥିବା ଇମୋଜି ସେୟାର କରିଛନ୍ତି।

ଶେହନାଜ ସିଦ୍ଧାର୍ଥଙ୍କୁ ମନେ ପକାଇ ପୋଷ୍ଟ ସେୟାର କରିଛନ୍ତି ତାହା ନୁହେଁ, ସେ ତାଙ୍କ ନାମରେ ଜନ୍ମଦିନ କେକ ବି କାଟିଛନ୍ତି। ଯାହାର ଫଟୋ ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ସେୟାର କରିଛନ୍ତି।
ଶେହନାଜଙ୍କ ଏହି ପୋଷ୍ଟ ଦେଖିବା ପରେ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ‘ସିଦ୍ଧାନ୍ତ ତୁମେ ଚାଲି ଯାଇଛି, ଆଜି ବି ବିଶ୍ବାସ କରି ହେଉନାହିଁ। ତୁମେ ସର୍ବଦା ଆମମାନଙ୍କ ହୃଦୟରେ ରହିଛ ଓ ରହିବ ମଧ୍ୟ।’

ସମ୍ବନ୍ଧିତ ଖବର