ଓରିଙ୍କ ସହ ଫଟୋ ପୋଜ୍‌ ଦେଇ ଭାଇରାଲ୍‌ ହେଲେ ଶାହାରୁଖ୍‌ଙ୍କ ଝିଅ ସୁହାନା

ମୁମ୍ବାଇ: ନିକଟରେ ନିଜର ୬୦ତମ ଜନ୍ମଦିନ ପାଳନ କରିଛନ୍ତି ଫେସନ୍‌ ଡିଜାଇନର୍‌ ସନ୍ଦୀପ ଖୋସ୍‌ଲା। ତାଙ୍କ ଜନ୍ମଦିନ ପାର୍ଟିରେ ଅନେକ ବଡ଼ ବଡ଼ ବଲିଉଡ୍‌ ତାରକାଙ୍କୁ ଦେଖିବାକୁ ମିଳିଥିଲା। ଜୟା ବଚ୍ଚନନଙ୍କଠାରୁ ନେଇ ଅଭିଷେକ ବଚ୍ଚନ, ନବ୍ୟା ନଭେଲି ନନ୍ଦା, ନିତୁ କପୁର, ଅନୀଲ କପୁର, ସୁନୀତା କପୁର, ତବୁ, ସୋନାଲି ବେନ୍ଦ୍ରେ, ହ୍ରିତିକ ରୋଶନଙ୍କ ପୂର୍ବ ପତ୍ନୀ ସୁଜାନେଙ୍କ ସହ ଶାହାରୁଖ୍‌ଙ୍କ ଝିଅ ସୁହାନାଙ୍କୁ ଦେଖିବାକୁ ମିଳିଥିଲା। ଏହି ସେଲିବ୍ରିଟିମ‌ାନଙ୍କ ମଧ୍ୟରେ ନଜର ଆସିଥିଲେ ଅନେକ ସେଲିବ୍ରିଟି ଏବଂ ସେଲିବ୍ରିଟି କିଡ୍‌ମାନଙ୍କ ସହ ନଜର ଆସୁଥିବା ଏକମାତ୍ର ଡ୍ୟାସିଂ ବୟ ଓରି।

ଓରିଙ୍କୁ ପାର୍ଟିରେ ସୁହାନା ଓ ସୁଜାନେଙ୍କ ସହ ଫଟୋ ପୋଜ୍‌ ଦେଉଥିବାର ଦେଖିବାକୁ ମିଳିଛି। ସୁହାନା ଏକ କଳା ନାଲି ରଂଗର ପୋଷାକ ପିନ୍ଧିଥିବା ବେଳେ ଓରି ଏକ କଳା ରଂଗର ପୋଷାକ ପିନ୍ଧି ବେଶ୍‌ ଆକର୍ଷଣୀୟ ଦିଶୁଛନ୍ତି। ଓରି ଓ ସୁହାନାଙ୍କ ଏହି ଫଟୋକୁ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର୍‌ କରିଛନ୍ତି ସେଲିବ୍ରିଟି ଫଟୋଗ୍ରାଫର୍‌ ଭାଇରାଲ୍‌ ଭୟାନି। ତେବେ ଫଟେ‌ାରେ ସୁହାନାଙ୍କ ଆତ୍ମବିଶ୍ବ‌ାସକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି।

ଓର୍‌ହାନ୍‌ ଅୱତ୍ରମଣି ଉର୍‌ଫ ଓରି ହେଉଛନ୍ତି ଅଧିକାଂଶ ସେଲିବ୍ରିଟିଙ୍କ ବନ୍ଧୁ। ସେ ବିଭିନ୍ନ ଉତ୍ସବରେ ବିଭିନ୍ନ ସେଲିବ୍ରିଟିଙ୍କ ସହ ନଜର ଆସିଥାନ୍ତି। ନିକଟରେ ତାଙ୍କୁ ୨୦୦ କୋଟି ଟଙ୍କା ଠକେଇ ଓ ମନିଲଣ୍ଡରିଂ ମାମଲାରେ ଜେଲ୍‌ରେ ଥିବା ଠକ ସୁକେଶ ଚନ୍ଦ୍ରଶେଖରଙ୍କ ତଥାକଥିତ ପ୍ରେମିକା ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କ ସହ ଦେଖିବାକୁ ମିଳିଥିଲା। ତାହାର ଗୋଟାଏ ଦିନ ପୂର୍ବରୁ ସେ ଜାହ୍ନବୀ କୁପୁରଙ୍କ ସହ ନଜର ଆସିଥିଲେ।

ସମ୍ବନ୍ଧିତ ଖବର