ଜାନୁଆରି ୨୩ରେ ବିବାହ କରିବେ ଆଥିଆ-ରାହୁଲ ! ଜାଣନ୍ତୁ କେଉଁଠି ହେବ ୩ଦିନିଆ କାର୍ଯ୍ୟକ୍ରମ

ମୁମ୍ବାଇ: ସୁନୀଲ‌ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀ ଓ କ୍ରିକେଟର୍‌ କେ ଏଲ୍‌ ରାହୁଲଙ୍କ ପ୍ରେମ ସଂପର୍କକୁ ନେଇ ଅନେକ ଦିନ ହେବ ଚର୍ଚ୍ଚା ହେଉଛି। ଏହି ଦୁଇ ଜଣ ପରସ୍ପରଙ୍କୁ ଡେଟ୍‌ କରୁଥିବା କଥା କାହାକୁ ବି ଅଛପା ନାହିଁ। ଏବେ ଆଉ ଏକ ଚର୍ଚ୍ଚା ଜୋର୍‌ ଧରିଛି। ତାହା ହେଉଛି ଆଥିଆ ଓ କେଏଲ୍‌ ରାହୁଲ୍‌ ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ଦୁହେଁ ପରସ୍ପରଙ୍କୁ ବିବାହ କରି ନୂଆ ଜୀବନ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି।

ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆ ଟୁଡେ’ ରିପୋର୍ଟ ଅନୁଯାୟୀ, ଆଥିଆ ଏବଂ କେ ଏଲ୍‌ ରାହୁଲ ଚଳିତ ବର୍ଷ ଜାନୁଆରି ୨୩ରେ ବିବାହ କରିବେ। ଦୁହିଁଙ୍କ ବିବାହ କାର୍ଯ୍ୟକ୍ରମ ୩ଦିନ ଚାଲିବ। ଦୁହିଁଙ୍କ ପରିବାର ପକ୍ଷରୁ ଏନେଇ କୌଣସି ଅଧିକାରୀକ ଘୋଷଣା କରାଯାଇ ନଥିବା ବେଳେ ବିବାହ ଉତ୍ସବ ବଲିଉଡ ଅଭିନେତା ତଥା ଆଥିଆଙ୍କ ପିତା ସୁନୀଲ ସେଟ୍ଟୀଙ୍କ ଖଣ୍ଡାଲାସ୍ଥିତ ବଙ୍ଗଳାରେ ହେବ ବୋଲି କୁହାଯାଇଛି।

ଦୁହିଁଙ୍କ ବିବାହ ପାଇଁ ଅତିଥି ତାଲିକା ମଧ୍ୟ ପ୍ରସ୍ତୁତ କରାଯାଉଛି। ବଲିଉଡ ଏବଂ କ୍ରିକେଟ୍ ଦୁନିଆର ଜଣାଶୁଣା ବ୍ୟକ୍ତିତ୍ବ ବିବାହରେ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି। ଅତିଥି ତାଲିକାରେ ସଲମାନ ଖାନ, ଜ୍ୟାକି ଶ୍ରଫ, ଅକ୍ଷୟ କୁମାର, ମହେନ୍ଦ୍ର ସିଂ ଧୋନି ଏବଂ ବିରାଟ କୋହଲିଙ୍କ ପରି ବଡ ବଡ଼ ସେଲିବ୍ରିଟି ଥିବା କୁହାଯାଉଛି।

ସମ୍ବନ୍ଧିତ ଖବର