ଇଂରାଜୀରେ ପଚାରିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ରାଗିଲେ ସନ୍ନି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କେବଳ ପରଦାରେ ତାଙ୍କର ଦମଦାର କାମ ପାଇଁ ନୁହେଁ ବରଂ, ପରଦା ବାହାରେ ବି ତାଙ୍କର ରୋକଠୋକ ଜବାବ ପାଇଁ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଅଧିକାଂଶ ଲୋକଙ୍କ ଧାରଣରେ ସନ୍ନି ଲିଓନିଙ୍କୁ ହିିନ୍ଦୀ ଆସେ ନାହିଁଁ। ମାତ୍ର ଏହି କଥାକୁ କେବେ ବି ସ୍ବୀକାର କରନ୍ତି ନାହିଁ ସନ୍ନି। ସେ କାନ୍ନାଡାର ଏକ ଶିଖ୍‌ ପରିବାରରେ ଜନ୍ମ ହେବା ସହ ସେଠାରେ ହିଁ ବଢ଼ିଥିବାରୁ ତାଙ୍କୁ ଭଲ କରି ହିନ୍ଦୀ ଆସେ ନାହିଁ ବୋଲି ଲୋକେ ଚର୍ଚ୍ଚା କରିଥାନ୍ତି।

ମାତ୍ର ଧୀରେ ଧୀରେ ଜଣାପଡ଼ିଲା ଯେ ସନ୍ନି ଉଭୟ ହିନ୍ଦୀ ଓ ପଞ୍ଜାବୀରେ ଧୁରନ୍ଧର। ମୁମ୍ବାଇରୁ କେଉଁଆଫେ ବାହାରକୁ ଯିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ଜରିଆରେ ସନ୍ନି ପୁଣି ଥରେ ଜଣାଇ ଦେଇଛନ୍ତି ଯେ ତାଙ୍କୁ ହିନ୍ଦୀ ଖୁବ୍ ଭଲ ଭାବେ ଆସେ।

 

 

View this post on Instagram

 

A post shared by Viral Bhayani (@viralbhayani)

ସବୁଥର ପରି ସନ୍ନି ତାଙ୍କର ନିଜ ବାଟରେ ଚୁପ୍‌ଚାପ୍‌ ବିମାନବନ୍ଦର ଆଡ଼େ ଯାଉଥିଲେ। ଫଟୋ ସାମ୍ବାଦିକ ସନ୍ନିଙ୍କ ଫଟୋ ଉଠାଉଥିଲେ। ସନ୍ନି ଫଟୋ ପୋଜ୍‌ ଦେଇଥିବାରୁ କ୍ୟାମେରାମ୍ୟାନ୍‌ ତାଙ୍କୁ ‘ଧନ୍ୟବାଦ୍‌’ କହିବା ସହି କାଲି ଭେଟ ହେବା ବୋଲି କହିଥିଲେ।

ଯାହାର ଉତ୍ତରରେ ଯିବା ବାଟରୁ ପଛକୁ ଫେରି ସନ୍ନି ପଚାରିଥିଲେ, ‘ଆପଣଙ୍କୁ ଏପରି ଲାଗୁଛି କି ମୁଁ ହିନ୍ଦୀ ଜାଣନି ବୋଲି। ଆପଣମାନେ ସବୁ ବେଳେ ଇଂରାଜୀରେ ପଚାରୁଛନ୍ତି।’ ତାପରେ ଫଟୋ ସାମ୍ବାଦିକ ଜଣକ ନିଜ ପକ୍ଷ ରଖି କହିଥିଲେ, ‘ନାଇଁ ନାଇଁ। ସେଥିପାଇଁ ତ ମୁଁ ଧନ୍ୟବାଦ ବୋଲି କହିଲି।’

 

ସମ୍ବନ୍ଧିତ ଖବର