ଅନ୍‌ଲାଇନ୍‌ରୁ ଖାଦ୍ୟ ବରାଦ କରି ହେଲେ ଠକାମୀର ଶିକାର: ଅଭିନେତ୍ରୀଙ୍କ ଆକାଉଣ୍ଟ୍‌ରୁ କଟିଗଲା ୩୦ ହଜାର ଟଙ୍କା

ମୁମ୍ବାଇ: ଆମର ଦୈନନ୍ଦିନ ଚଳନିକୁ ସହଜ କରିବାକୁ ଅନ୍‌ଲାଇନ୍‌ ଜରିଆରେ ଆମେ ଆଜିକାଲି ଅନେକ କାମ କରୁଛନ୍ତି। ଅନ୍‌ଲାଇନ୍‌ରୁ କପଡ଼ାରୁ ନେଇ ତେଜରାତି, ଖାଦ୍ୟ ଆଦି ବିଭିନ୍ନ ଜିନିଷ ବରାଦ ଦେଉଛେ। ହେଲେ ବେଳେ ବେଳେ ଏହି ଅନ୍‌ଲାଇନ କାରବାର ଆମକୁ ଯେତିକି ସୁବିଧା ଦେଉଛି ତାଠାରୁ ଅଧିକ ବିପଦରେ ପକାଉଛି। ଅନ୍‌ଲାଇନ୍‌ ମାଧ୍ୟମରେ ବହୁ ଠକାମୀ ଦେଖିବାକୁ ମିଳୁଛି।

ନିକଟରେ ଅନ୍‌ଲାଇନ୍‌ରୁ ଖାଦ୍ୟ ବରାଦ କରି ଠକାମୀର ଶିକାର ହୋଇଛନ୍ତି ‘କୁଣ୍ଡଲି ଭାଗ୍ୟ’ ଫେମ୍‌ ଅଭିନେତ୍ରୀ ଆକାଂକ୍ଷା ଜୁନେଜା। ସେ ନିକଟରେ ଅନ୍‌ଲାଇନ୍‌ ଠକାମୀର ଶିକାର ‌‌ହୋଇଛନ୍ତି। ଆକାଂକ୍ଷା ଆଣିଛନ୍ତି ଯେ ଅନ୍‌ଲାଇନ୍‌ରୁ ଖାଦ୍ୟ ବରାଦ କରି ସେ ୩୦ ହଜାର ଟଙ୍କା ଠକାମୀର ଶିକାର ହୋଇଛନ୍ତି। ଆକାଂକ୍ଷା ଏବେ ‘କୁଣ୍ଡଲି ଭାଗ୍ୟ’ରେ ନିଧି ଚରିତ୍ର ନିଭାଉଛନ୍ତି।

ସେ ଗଣମାଧ୍ୟମରେ କହିଛନ୍ତି, ‘ମୁଁ ଅନ୍‌ଲାଇନ୍‌ରୁ ଖାଦ୍ୟ ବରାଦ କରୁଥିଲି। ମୋତେ ଏକ ନମ୍ବରରୁ କଲ୍‌ ଆସିଲା। ସେ ମୋତେ ମୋର ବରାଦ ନିଶ୍ଚିତ କରିବାକୁ ଏକ ଲିଙ୍କ୍‌ ପଠାଇଲେ। ସେହି ଲିଙ୍କ୍‌ରେ କ୍ଲିକ୍‌ କରିବା ମାତ୍ରରେ କୋ ଆକାଉଣ୍ଟ୍‌ରୁ ପ୍ର‌ଥମେ ୧୦ ହଜାର ଟଙ୍କା କଟିଗଲା। ତାହାର ମାତ୍ର ଆଉ କିଛି ସମୟ ମଧ୍ୟରେ ଆଉ ୨ ଥରରେ ୧୦ ଓ ୧୦ ହୋଇ ୨୦ ହଜାର ଟଙ୍କା କଟିଗଲା।’ ଅଭିନେତ୍ରୀଙ୍କ କହିବା କଥା ହେଉଛି ମାତ୍ର ୧୫ ମିନିଟ୍‌ ମଧ୍ୟ‌ରେ ତାଙ୍କ ଆକାଉଣ୍ଟ୍‌ରୁ ୩୦ ହଜାର ଟଙ୍କା କଟିଯାଇଛି। ତାପରେ ଆକାଂକ୍ଷା ତୁରନ୍ତ ବ୍ୟାଙ୍କ୍‌କୁ କଲ୍‌ କରି ତାଙ୍କ ଆକାଉଣ୍ଟ୍‌ ବ୍ଲକ୍‌ କରିବାକୁ କହିିଥିଲେ।

ସମ୍ବନ୍ଧିତ ଖବର