କାଷ୍ଟିଂ ଆପ୍ ଲଞ୍ଚ କଲା ୟଶ ରାଜ ଫିଲ୍ମସ୍: ସହଜ ହେବ ଅଡିସନ, ଅପ‌ଲୋଡ କରିପାରିବେ ଅଡିସନ ଭିଡିଓ

ମୁମ୍ବାଇ: ଦେଶର ପ୍ରତିଷ୍ଠିତ ମିଡିଆ ଏବଂ ମନୋରଞ୍ଜନଧର୍ମୀ କମ୍ପାନି ୟଶ ରାଜ ଫିଲ୍ମସ୍(ୱାଇଆରଏଫ୍) ଏହାର ନୂତନ କାଷ୍ଟିଂ ଆପ୍ ଲଞ୍ଚ କରିଛି। ଅଭିନୟ ଜଗତରେ କ୍ୟାରିୟର କରିବାକୁ ଚାହୁଁଥିବା ପ୍ରତିଭାମାନେ ‘ୱାଇଆରଏଫ୍ କାଷ୍ଟିଂ ଆପ୍’ ବ୍ୟବହାର କରି କାଷ୍ଟିଂ ବିଷୟରେ ସୂଚନା ପାଇପାରିବେ। ଏହି ଆପ୍ ମାଧ୍ୟମରେ ସେମାନେ ସେମାନଙ୍କର ଅଡିସନ ଭିଡିଓ ମଧ୍ୟ ଅପଲୋଡ କରିପାରିବେ।

ଯେକେହି ଏହି ଆପ୍ ଇନଷ୍ଟଲ କରି ଏହାକୁ ବ୍ୟବହାର କରିପାରିବେ। ଏଥିପାଇଁ ଆପଣଙ୍କୁ ଆପରେ ନିଜର ପ୍ରୋଫାଇଲ୍ ବିବରଣୀ ଦେବାକୁ ପଡିବ। ଏହା ପରେ, ଆପଣଙ୍କୁ ଆଗାମୀ ଚଳଚ୍ଚିତ୍ର ଏବଂ ଷ୍ଟ୍ରିମିଂ ପ୍ରୋଜେକ୍ଟ ସହ ଜଡିତ ଅଡିସନନ୍ ବିଷୟରେ ସୂଚନା ମିଳିବ। ଏହି ଆପ୍ ଲଞ୍ଚ କରି ୟଶ ରାଜ ଫିଲ୍ମସ୍ ବିଶ୍ୱାସ କରୁଛି ଯେ ଲୋକେ ଆଗକୁ ୱାଇଆରଏଫର ନକଲି କାଷ୍ଟିଂ ଆକାଉଣ୍ଟ୍ ଦ୍ବାରା ଠକାମିର ଶିକାର ହେବେ ନାହିଁ। ନକଲି ଆକାଉଣ୍ଟ ଏବଂ ଅଡିସନ୍ ପାଇଁ କମ୍ପାନିର ଭାବମୂର୍ତ୍ତି ନଷ୍ଟ ହେଉଥିବା ବେ‌ଳେ ଏବେ ତାହା ହେବ ନାହିଁ ବୋଲି ୱାଇଆରଏଫ୍ ଆଶା ରଖିଛି।

ୱାଇଆରଏଫ୍ ସହ ବଲିଉଡରେ ଡେବ୍ୟୁ କରୁଥିବା କଳାକାରଙ୍କୁ ବାଛନ୍ତି ଶାନୁ ଶର୍ମା। ସେ କହିଛନ୍ତି ଯେ, ‘ଅଭିନୟରେ କ୍ୟାରିୟର କରିବାକୁ ଆଗ୍ରହୀ ଥିବା ବ୍ୟକ୍ତିଙ୍କୁ ଏହି କାଷ୍ଟିଂ ଆପ୍ ୱାଇଆରଏଫ ସହ ସିଧାସଳଖ ଯୋଗାଯୋଗ କରିବା ପାଇଁ ସାହାଯ୍ୟ କରିବ। ଆମେ ନିଶ୍ଚିତ ଯେ ଏହି ଆପ୍ ସମଗ୍ର ବିଶ୍ବର ଲୋକଙ୍କ ପାଇଁ କାମ କରିବ ଯେଉଁମାନେ ଅଭିନୟରେ କରିବାକୁ ଚାହୁଛନ୍ତି। ସବୁଠାରୁ ବଡ କଥା ହେଉଛି ଏହା ନିରାପଦ ଏବଂ ଏଥିପାଇଁ କାହା ଉପରେ ନିର୍ଭର କରିବାର ଆବଶ୍ୟକତା ନାହିଁ।

ଆପଲ ଆପ୍ ଷ୍ଟୋରର ଲିଙ୍କ୍

https://apps.apple.com/in/app/yrf-casting/id6463196462

ଗୁଗଲ ପ୍ଲେ ଷ୍ଟୋରର ଲିଙ୍କ୍

https://play.google.com/store/apps/details?id=com.yrf.castingapp&pcampaignid=web_share

ସମ୍ବନ୍ଧିତ ଖବର