ଜୟପୁର-ମୁମ୍ବାଇ ଟ୍ରେନ୍‌ରେ ଗୁଳି ଚଳାଇଲେ ‘ଆର୍‌ପିଏଫ୍‌’ ଯବାନ; ଏଏସ୍‌ଆଇଙ୍କ ସମେତ ୪ ମୃତ

ଜୟପୁର: ଆଜି ପ୍ରତ୍ୟୁଷରେ ‘ରେଲ୍‌ୱେ ପ୍ରୋଟେକ୍‌ସନ୍‌ ଫୋର୍ସ’ର ଜଣେ ଯବାନ ଗୁଳି ଚଳାଇବାରୁ ଜୟପୁରରୁ ମୁମ୍ବାଇ ଆସୁଥିବା ଏକ ଟ୍ରେନ୍‌ରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ପୁଲିସ କହିଛି।

ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ୩ଜଣ ସାଧାରଣ ଯାତ୍ରୀ ଓ ଜଣେ ‘ଆର୍‌ପିଏଫ୍‌’ର ଆସିଷ୍ଟାଣ୍ଟ୍‌ ସବ୍‌-ଇନ୍‌ପେକ୍ଟର୍‌ (ଏଏସ୍‌ଆଇ)।

ପ୍ରାପ୍ତ ସୂଚନା ଅନୁସାରେ, ଘଟଣାଟି ଆଜି ଭୋର୍‌ ପ୍ରାୟ ୫ଟା ବେଳେ ବାପିରୁ ବୋରିୱାଲି ଓ ସେଠାରୁ ମୀରା ରୋଡ୍‌ ଷ୍ଟେସନ୍‌ ମଧ୍ୟରେ ଥିବା ରାସ୍ତାରେ ଘଟିଛି। ଜୟପୁର ଏକ୍ସ୍‌ପ୍ରେସ୍‌ର (ଟ୍ରେନ୍‌ ନମ୍ବର ୧୨୯୫୬) ‘ବି୫’ କ‌ୋଚ୍‌ରେ ଉକ୍ତ ଗୁଳିକାଣ୍ଡ ଘଟିଛି।

Image Courtesy of India Today

୪ଜଣଙ୍କୁ ହତ୍ୟା କରିଥିବା ଉକ୍ତ ‘ଆର୍‌ପିଏଫ୍‌’ କନେଷ୍ଟବଳଙ୍କୁ ମୁମ୍ବାଇ ରେଲ୍‌ୱେ ପୋଲିସ ଅଟକ ରଖିଛି।

ପୁଲିସ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି, ଭୋର୍‌ ୫.୨୩ରେ ଟ୍ରେନ୍‌ ନମ୍ବର ୧୨୯୫୬ର ‘ବି୫’ କୋଚ୍‌ରେ ଆଜି ଗୁଳିକାଣ୍ଡ ଘଟିଥିବା ରିପୋର୍ଟ କରାଯାଇଛି। ‘ଏସ୍କର୍ଟ ଡିୟୁଟି’ରେ ଥିବା ସି. ଟି. ଚେତନ ‘ଏସ୍କର୍ଟ ଇନ୍‌-ଚାର୍ଜ’ ‘ଏଏସ୍‌ଆଇ’ ଟିକା ରାମଙ୍କ ଉପରକୁ ଗୁଳି ଚଳାଇଥିଲେ ବୋଲି ସୁନିଶ୍ଚିତ କରାଯାଇଛି। ଉକ୍ତ ଟ୍ରେନ୍‌ ‘ବିଭିଆଇ’ରେ ପହଞ୍ଚିଥିଲା। ସଦ୍ୟତମ ସୂଚନା ଅନୁସାରେ, ‘ଏଏସ୍‌ଆଇ’ଙ୍କ ସମେତ ୩ଜଣ ସାଧାରଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ସିନିୟର୍‌ ‘ଡିଏସ୍‌ସି ବିଟିସି’ ଘଟଣାସ୍ଥଳକୁ ଯାଇଛନ୍ତି।

ଅଭିଯୁକ୍ତ କନେଷ୍ଟବଳ ଧରାପଡ଼ିଛନ୍ତି। ‘ଡିସିପି’ ନର୍ଥ ‘ଜିଆର୍‌ପି’ଙ୍କୁ ସୂଚନା ଦିଆଯାଇଛି। ପରେ ପରେ ସବିଶେଷ ବିବରଣୀ ପହଞ୍ଚିବ ବୋଲି ଉକ୍ତ ବିବୃତିରେ କୁହାଯାଇଛି।

ସମ୍ବନ୍ଧିତ ଖବର