ତେଲେଙ୍ଗାନା : ରାସାୟନିକ କାରଖାନାରେ ବିସ୍ଫୋରଣ, ୫ ମୃତ

ହାଇଦ୍ରାବାଦ: ତେଲେଙ୍ଗାନାର ସାଙ୍ଗାରେଡ୍ଡୀ ଜିଲ୍ଲାରେ ଥିବା ଏକ ରାସାୟନିକ କାରଖାନାର ରିଏକ୍ଟର ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ସେଠାରେ ଆହୁରି କେତେକ ଏବେ ବି ଫସି ରହିଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି। ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ବିସ୍ଫୋରଣ ସମୟରେ କୋଠାରେ ୫୦ ଜଣ ଲୋକ ଥିଲେ ବୋଲି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି।

ଦୁର୍ଘଟଣା ସ୍ଥାନରୁ ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସୁଛି । ଯେଉଁଥିରୁ ବିସ୍ଫୋରଣର ଭୟାବହତା ଜଣାପଡୁଛି। ମୃତକଙ୍କ ମଧ୍ୟରେ ଜଣେ ଫ୍ୟାକ୍ଟ୍ରି ମ୍ୟାନେଜର ମଧ୍ୟ ଥିବା କୁହାଯାଉଛି। ବିଲ୍ଡିଂର ପରବର୍ତ୍ତୀ ରିଏକ୍ଟର ବିସ୍ଫୋରଣ ହେବାର ସମ୍ଭାବନା ରହିଛି ବୋଲି ସ୍ଥାନୀୟ ଗଣମାଧ୍ୟମ କହିଛି। ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ କର୍ତ୍ତୃପକ୍ଷ ଆଖପାଖ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ଆରମ୍ଭ କରିଛନ୍ତି। ଆହତମାନଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୋମବାର ସାଙ୍ଗାରେଡ୍ଡୀ ଜିଲ୍ଲୀରେ ଥିବା ଏକ କପା ଭଣ୍ଡାର ରେ ଅଗ୍ନିକାଣ୍ଡ ଘଟିଥିଲା। ଏହାର କାରଣ ସର୍ଟସର୍କିଟ ବୋଲି ଅଧିକାରୀମାନେ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି। ତେବେ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ଏଥିରେ କେହି ଆହତ ହୋଇନଥିଲେ। ଗତ ସପ୍ତାହରେ ଜିଲ୍ଲାର କାଟେଡାନ ଶିଳ୍ପାଞ୍ଚଳରେ ଥିବା ଏକ ଖାଦ୍ୟ ଉତ୍ପାଦନ ୟୁନିଟରେ ଅଗ୍ନିକାଣ୍ଡ ଘଟିଥିଲା।  ଗତ ମାର୍ଚ୍ଚ ୨୮ ତାରିଖରେ ଏହି ଘଟଣା ଘଟିଥିଲା।

 

ସମ୍ବନ୍ଧିତ ଖବର