୫୦ ବର୍ଷରେ ୧୯୩ ଦେଶ ଭ୍ରମଣ କରିଛନ୍ତି ୭୯ ବର୍ଷୀୟା ଲୁଇସା ୟୁ

ନୂଆଦିଲ୍ଲୀ: ପ୍ରତି ମଣିଷଙ୍କ କୌଣସି ନା କୌଣସି ସ୍ବପ୍ନ ଓ ଆବେଗ ରହିଥାଏ। ଏହାମଧ୍ୟରୁ ବହୁତ ଅଳ୍ପ ବ୍ୟକ୍ତି ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ନିଜର ସ୍ବପ୍ନ ପୂରଣ କରିପାରନ୍ତି। ଏଭଳି ଏକ ସ୍ବପ୍ନ ପୂରଣ କରିପାରିଥିବା ମହିଳା ହେଉଛନ୍ତି ଫିଲିପାଇନ୍‌ସ ବଂଶୋଦ୍ଭବ ଆମେରିକୀୟ ବାସିନ୍ଦା ଲୁଇସା ୟୁ। ଲୁଇସାଙ୍କ ବର୍ତମାନ ବୟସ ୭୯ ବର୍ଷ। ଯେତେବେଳେ ତାଙ୍କୁ ୨୮-୨୯ ବର୍ଷ ବୟସ ସେତେବେଳେ ସମଗ୍ର ବିଶ୍ବ ବୁଲିବାର ସ୍ବପ୍ନ ଦେଖିଥିଲେ। ଫିଲିପାଇନ୍‌ସରୁ ଆମେରିକା ଆସିବା ସମ୍ପର୍କରେ ଲୁଇସା କୁହନ୍ତି ଯେ ତାଙ୍କୁ ୨୩ ବର୍ଷ ହୋଇଥିବା ବେଳେ ସେ ବିଦ୍ୟାର୍ଥୀ ଆଦାନପ୍ରଦାନ କାର୍ଯ୍ୟକ୍ରମରେ ଆମେରିକା ଆସିଥିଲେ। ଏହି ଠାରୁ ସେ ଗ୍ରେହାଉଣ୍ଡ (ସ୍ଥାନୀୟ ବସ୍‌)କୁ ପର୍ଯ୍ୟଟନର ମାଧ୍ୟମ ଭାବେ ଗ୍ରହଣ କରିଥିଲେ।

ନର୍ସ ଭାବେ କାମ କରୁଥିବା ଲୁଇସା ନିଜର ନର୍ସ ବୃତ୍ତି ଛାଡ଼ି ସ୍ଥାୟୀ ଭାବେ ପରିବ୍ରାଜକ ହେବାକୁ ସ୍ଥିର କରିଥିଲେ। ଏହା ମଧ୍ୟରେ ୫୦ ବର୍ଷ ଅତିବାହିତ ହୋଇଯାଇଛି। ମିଳିତ ଜାତିସଂଘର ସଦସ୍ୟ ଥିବା ସମସ୍ତ ୧୯୩ ରାଷ୍ଟ୍ର ସେ ବୁଲି ସାରିଛନ୍ତି। ୨୦୨୩, ନଭେମ୍ବର ୯ ତାରିଖରେ ଲୁଇସା ୭୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ସମୟରେ ସେ ତାଙ୍କର ୧୯୩ତମ ଦେଶ ସର୍ବିଆରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ତାଙ୍କର କେତେକ ଇନ୍‌ଷ୍ଟାଗ୍ରାମ୍‌ ଅନୁଗାମୀ ଓ ଅନ୍ୟ ପର୍ଯ୍ୟଟକମାନେ ସମ୍ବର୍ଦ୍ଧିତ କରିଛନ୍ତି।

ସମ୍ବନ୍ଧିତ ଖବର