ଓମିକ୍ରନ ମୁକାବିଲା ଲାଗି ବର୍ତ୍ତମାନର ଟିକାଗୁଡ଼ିକ ପ୍ରଭାବହୀନ ହୋଇପାରନ୍ତି : ଡ.ପଲ୍

ନୂଆଦିଲ୍ଲୀ : କରୋନା ଭୁତାଣୁର ନୂଆ ପ୍ରଜାତି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ବଢିଚାଲିଥିବାବେଳେ ଆଜି ଏକ ଚିନ୍ତା ସୃଷ୍ଟିକାରୀ କଥା କହିଛନ୍ତି ସରକାରଙ୍କ କୋଭିଡ୍ ଟିକା ଟାକ୍ସଫୋର୍ସ ମୁଖ୍ୟ ଡ.ଭି.କେ.ପଲ୍ । ସେ କହିଛନ୍ତି ଯେ ଓମିକ୍ରନ ଆସିବା ପରେ ଆମ ଦେଶରେ ଏପର୍ଯ୍ୟନ୍ତ ଦିଆଯାଇଥିବା ଟିକାଗୁଡ଼ିକ ପ୍ରଭାବହୀନ ହୋଇଯିବାର ଆଶଙ୍କା ରହିଛି ।

ସିଆଇଆଇ ପକ୍ଷରୁ ଆୟୋଜିତ ଏକ କର୍ମଶାଳାରେ ଯୋଗ ଦେଇ ସେ କହିଛନ୍ତି ଯେ, ନୂଆ ନୂଆ ପ୍ରଜାତି ବା ଭାରିଆଣ୍ଟ ଆସିଲେ ଟିକା ଗୁଡ଼ିକ ପ୍ରଭାବହୀନ ହୋଇପାରେ । ଏଥିପାଇଁ ଆମକୁ ପ୍ରତି ବର୍ଷ ଟିକାରେ ଆବଶ୍ୟକ ପରିବର୍ତ୍ତନ ଆଣିବାକୁ ପଡ଼ିବ । ଆମେ ସମାନ ପ୍ଲାଟଫର୍ମକୁ ବ୍ୟବହାର କରି ନୂଆ ଭାରିଆଣ୍ଟ ପାଇଁ କେତେ ଶୀଘ୍ର ଟିକା ତିଆରି କରିପାରୁଛୁ ତାହା ଉପରେ ସବୁ କିଛି ନିର୍ଭର କରିବ ।

ଆଗକୁ ମଧ୍ୟ ନୂଆ ନୂଆ ଭାରିଆଣ୍ଟ ଆସିବ, ତାହାକୁ ଦୃଷ୍ଟିରେ ରଖି ଆମକୁ ଟିକାରେ ଆବଶ୍ୟକ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ରହିବାକୁ ପଡିବ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ସିଏସଆଇଆର ଜିନୋମିକ୍ସ ବୈଜ୍ଞାନିକ ଡ.ଅନୁରାଗ ଅଗ୍ରଓ୍ବାଲ କହିଛନ୍ତି ଯେ ଯେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କମ ଥିଲେ ବି ଖୁବଶୀଘ୍ର ସ୍ଥିତି ବଦଳିଯାଇପାରେ, କାରଣ ଏହାର ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ଅତିକ୍ରମ କରିବାର କ୍ଷମତା ରହିଛି ।

 

ସମ୍ବନ୍ଧିତ ଖବର