ଆଳୁକୁ ସୁନା କରି ଦେଖାଇଲ, ଭାରତ ଯୋଡ଼ ନ୍ୟାୟ ଯାତ୍ରା ସମୟରେ ରାହୁଲଙ୍କୁ ଆଳୁ ଦେଲେ ବିଜେପି କର୍ମୀ 

ଭୋପାଳ: ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ମଧ୍ୟପ୍ରଦେଶରେ ଚାଲିଛି । ମଙ୍ଗଳବାର ଦିନ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡ ନ୍ୟାୟ ଯାତ୍ରା ମଧ୍ୟପ୍ରଦେଶର ଶାଜାପୁର ସହର ଦେଇ ଯାଉଥିବାବେଳେ ବିଜେପି କର୍ମୀମାନେ ମୋଦୀ-ମୋଦୀଙ୍କ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ବିଜେପି କର୍ମୀଙ୍କୁ ଦେଖି ରାହୁଲ ଗାନ୍ଧୀ ଅଟକି ଯାଇ  ସିଧା ସେମାନଙ୍କ ଆଡକୁ ଯାଇଥିଲେ । ରାହୁଲ ଗାନ୍ଧୀ ପ୍ରଥମେ ବିଜେପି କର୍ମୀଙ୍କ ସହ ହାତ ମିଳାଇଥିଲେ। ଯେତେବେଳେ ସେ ବିଜେପି କର୍ମୀଙ୍କୁ ଭେଟିଥିଲେ ସେତେବେଳେ ବିଜେପି କର୍ମୀମାନେ ରାହୁଲଙ୍କୁ ଆଳୁ ଦେଇ କହିଥିଲେ ଯେ ଏହାକୁ ସୁନା କରି ଦେଖାଅ | ରାହୁଲ ଗାନ୍ଧୀ ବିଜେପି କର୍ମୀଙ୍କ ଏଭଳି କଥା ଶୁଣି ଯଦିଓ କୌଣସି ପ୍ରତିକ୍ରିୟା ଦେଇନଥିଲେ, କିନ୍ତୁ ହସି ହସି ଆଳୁକୁ ଚୁମ୍ବନ ଦେଇଥିଲେ |

ଉଲ୍ଲେଖ ଥାଉ କି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଶନିବାର ଅପରାହ୍ନରେ ଭାରତୀୟ ଜନତା ପାର୍ଟି ଶାସିତ ମଧ୍ୟପ୍ରଦେଶରେ ପ୍ରବେଶ କରିଥିଲା । ମଙ୍ଗଳବାର ଦିନ ଯେତେବେଳେ ତାଙ୍କର ଯାତ୍ରା ଶାଜାପୁର ଦେଇ ଯାଉଥିଲା, ଏବି ରୋଡରେ କାଉନସିଲର ମୁକେଶ ଦୁବେଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ରାହୁଲ ତାଙ୍କୁ ଭେଟିବା ପାଇଁ ପହଞ୍ଚିବା ପରେ ବିଜେପି କର୍ମୀମାନେ ମଧ୍ୟ ‘ଜୟ ଶ୍ରୀରାମ’ର ସ୍ଲୋଗାନ ଦେଇଥିଲେ। ଅନ୍ୟପଟେ ରାହୁଲଙ୍କ ଏହି ଯାତ୍ରାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି ଯେ ରାହୁଲଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ ବୋଲି ପ୍ରାର୍ଥନା କରୁଛି। ରାହୁଲ ଗାନ୍ଧୀ ମଧ୍ୟ ଅନୁତାପ କରିବା ଉଚିତ ଯେ ତାଙ୍କ ଦଳ କାହିଁକି ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲା ? ସେ ଜନସାଧାରଣଙ୍କ ନିକଟରେ କ୍ଷମା ମାଗିବା ଉଚିତ୍।

ସମ୍ବନ୍ଧିତ ଖବର