ହରିୟାଣା କମ୍ପାନିରେ ବଏଲର ବିସ୍ଫୋରଣ, ଦୁଇ ଡଜନରୁ ଅଧିକ କର୍ମଚାରୀ ଆହତ

ଗୁରୁଗ୍ରାମ: ହରିୟାଣାର ରେଓ୍ଵାରିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ରେଓ୍ଵାରିର ଶିଳ୍ପାଞ୍ଚଳ ଧାରୁହେରାରେ ବଏଲର ବିସ୍ଫୋରଣରେ ଅନେକ ଲୋକ ଗୁରୁତର ଭାବେ ଜଳି ଆହତ ହୋଇଯାଇଛନ୍ତି। ଲାଇଫ୍ ଲଙ୍ଗ୍ ନାମକ ଏକ କମ୍ପାନିର ବଏଲର ବିସ୍ଫୋରଣ ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଏହି କମ୍ପାନୀ ହିରୋର ସ୍ପେୟାର ପାର୍ଟସ ତିଆରି କରିଥାଏ ।

ଏକ ସାକ୍ଷାତକାରରେ ସିଭିଲ ସର୍ଜନ ଡାକ୍ତର ସୁରେନ୍ଦ୍ର ଯାଦବ କହିଛନ୍ତି, ରେଓ୍ଵାରିର ଧାରୁହେରାରେ ଥିବା ଏକ କାରଖାନାରେ ବଏଲର ବିସ୍ଫୋରଣ ହୋଇଛି। ଆମେ ହସ୍ପିଟାଲଗୁଡ଼ିକୁ ସତର୍କ କରିଛୁ। ଆମେ କାରଖାନାକୁ ଏକ ଆମ୍ବୁଲାନ୍ସ ପଠାଇଛୁ। ଅନେକ ଲୋକ ପୋଡ଼ି ଯାଇଛନ୍ତି। ପାଖାପାଖି ୪୦ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ରୋଗୀଙ୍କୁ ରୋହତକ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ଲାଇଫ୍ ଲଙ୍ଗ୍ ନାମକ ଏକ କମ୍ପାନିର ବଏଲର ବିସ୍ଫୋରଣ ରେ ଦୁଇ ଡଜନରୁ ଅଧିକ କର୍ମଚାରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଦମକଳ ବାହିନୀ ଓ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି । ସେହିପରି ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବର୍ତ୍ତମାନ ଏହି ଘଟଣାର ତଦନ୍ତ ଚାଲିଛି।

 

 

ସମ୍ବନ୍ଧିତ ଖବର