ପକ୍ଷୀ ସହିତ ଧକ୍କା ଖାଇ ଲାଗିଗଲା ନିଆଁ; ଜରୁରୀ ଅବତରଣ କଲା ବୋଇଙ୍ଗ୍‌ ବିମାନ

ଟୋକିଓ: ଜାପାନରେ ୧୨୨ଜଣଙ୍କୁ ନେଇ ଯାଉଥିବା ଗୋଟାଏ ବୋଇଙ୍ଗ୍‌ ବିମାନର ‘ଷ୍ଟାର୍‌ବୋର୍ଡ ଇଞ୍ଜିନ୍‌’ ଗୋଟାଏ ପକ୍ଷୀ ସହିତ ଧକ୍କାଖାଇବାରୁ ସେଥିରେ ନିଆଁ ଲାଗିଯାଇଥିବା କଥା ଜାପାନୀ ଗଣମାଧ୍ୟମ ସବୁ ରିପୋର୍ଟ କରିଛନ୍ତି।

ରିପୋର୍ଟରେ ଉଲ୍ଲେଖ ଅଛି ଯେ, ବୁଧବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଥିଲା। ସ୍ଥାନୀୟ ସମୟ ରାତି ୯.୩୦ରେ ଟୋକିଓସ୍ଥିତ ‘ନାରିଟା ଆନ୍ତର୍ଜାତିକ ବିମାନ ବନ୍ଦର’ରୁ ଉଡ଼ାଣ ଆରମ୍ଭ କରିଥିବା ‘ଟି’ୱେ ଏୟାର୍‌ ଫ୍ଲାଇଟ୍‌ ୨୧୬’ ଦକ୍ଷିଣ ‌କୋରିଆର ‘ଇଂଚେଓନ୍‌ ଆନ୍ତର୍ଜାତିକ ବିମାନବନ୍ଦର’କୁ ଆସୁଥିଲା। ସେତିକି ବେଳେ ସ‌େ ବିମାନ ଇଞ୍ଜିନ୍‌ରେ ନିଆଁ ଜଳି ଉଠିଲା।

Image Courtesy of Daily Mail Online

ବିମାନରେ ଯାଉଥିବା ଜଣେ ଯାତ୍ରୀ ଇଞ୍ଜିନ୍‌ରେ ନିଆଁ ଜଳିବା, ଚଡ଼ଚଡ଼ ଶୁଭିବା ଓ ବିସ୍ଫୋରଣ ଶବ୍ଦ ଶୁଭୁଥିବା ଦୃଶ୍ୟ ରେକର୍ଡ କରୁଥିବା ବେଳେ ପାଇଲଟ୍‌ ଜରୁରୀ ଅବତରଣ କରାଇଲେ। ବୋଇଙ୍ଗ୍‌ ୭୩୭-୮୦୦ ବିମାନର ପଛ ପର୍ଯ୍ୟନ୍ତ ନିଆଁ ବ୍ୟାପିଯିବାରୁ ସେଥିରେ ଥିବା କର୍ମଚାରୀମାନେ ପରିସ୍ଥିତିକୁ ଆୟତ୍ତ କରିବା ଅବସ୍ଥାରେ ନ ଥିଲେ।

‘ଜେଏସିଡିଇସି’ କହିଛି, ନିଆଁ ଲାଗିବାର ୧୩ ମିନିଟ୍‌ ପରେ ବିମାନ ଇଂଚେଅନ୍‌ ବିମାନ ବନ୍ଦରରେ ଅବତରଣ କଲା। ଯାତ୍ରୀମାନେ ନିରାପଦ ଅଛନ୍ତି। ଅବତରଣ ବେଳେ କୌଣସି ପକ୍ଷୀ ସହିତ ଧକ୍କା ଲାଗିବାରୁ ବିମାନ ଇଞ୍ଜିନ୍‌ରେ ନିଆଁ ଲାଗିଯାଇଥିବା ପରି ମନେହେଉଛି।

ସମ୍ବନ୍ଧିତ ଖବର