ବର୍ଷକୁ ୩ ଥର ହେବ ସିଏ ଫାଉଣ୍ଡେସନ ଓ ଇଣ୍ଟର ପରୀକ୍ଷା !

ନୂଆଦିଲ୍ଲୀ: ନୂଆ ଶିକ୍ଷାନୀତି ଆସିବା ପରେ ଶିକ୍ଷା କ୍ଷେତ୍ରରେ କ୍ରମାଗତ ଭାବେ ନୂଆ ନୂଆ ପରିବର୍ତ୍ତନ ଘଟୁଛି। ଏବେ ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟର୍ଡ ଆକାଉଣ୍ଟାଣ୍ଟସ ଅଫ୍ ଇଣ୍ଡିଆ (ଆଇସିଏଆଇ) ମଧ୍ୟ ଏହାର ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରିବାକୁ ମନ ସ୍ଥିର କରିଛି। ମେ’ ମାସରେ ହେବାକୁ ଥିବା ପରୀକ୍ଷା ପରେ ସିଏ ଫାଉଣ୍ଡେସନ ଓ ଇଣ୍ଟର ପରୀକ୍ଷା ବର୍ଷକୁ ୩ ଥର ଅନୁଷ୍ଠିତ ହେବ। ଯାହାଉପରେ ବିଚାର ବିମର୍ଶ କରାଯାଉଛି।

ଚଳିତ ବର୍ଷ ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିର ଉଦ୍ଦେଶ୍ୟ ସିଏ ଆଶାୟୀଙ୍କ ଉପରେ ଚାପ ହ୍ରାସ କରିବା ଏବଂ ସେମାନଙ୍କୁ ଉତ୍କୃଷ୍ଟ ହେବାପାଇଁ ଅଧିକ ସୁଯୋଗ ପ୍ରଦାନ କରିବା ବୋଲି ବିଶ୍ୱାସ କରାଯାଏ । ବର୍ଷକୁ ୩ ଥର ପରୀକ୍ଷା ହେଉଥିବା ନେଇ କିଛି ଦିନ ତଳେ ଏକ୍ସରେ ସୂଚନା ମଧ୍ୟ ସେୟାର କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ତିନି ଥର ପରୀକ୍ଷା ସଫଳ ରୂପାୟନ ହେବା ପରେ ବର୍ଷକୁ ୪ ଥର ପରୀକ୍ଷା କରିବାକୁ ଯୋଜନା ରହିଛି।

ଆଇସିଏଆଇ କେନ୍ଦ୍ରୀୟ ପରିଷଦ ସଦସ୍ୟ ଧୀରଜ ଖଣ୍ଡେଲୱାଲ କହିଛନ୍ତି ଯେ ବର୍ତ୍ତମାନ ଛାତ୍ରଛାତ୍ରୀମାନେ ସେମାନଙ୍କ ସୁବିଧା ଅନୁଯାୟୀ ପରୀକ୍ଷା ଦେଇପାରିବେ। ଯଦି କେହି ନଭେମ୍ବରରେ ପ୍ରସ୍ତୁତ ହୁଅନ୍ତି, ତେବେ ତାଙ୍କୁ ଆସନ୍ତା ବର୍ଷ ମେ-ଜୁନ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ସେହିପରି ଫେବ୍ରୁଆରିରେ ପରୀକ୍ଷାରେ ସନ୍ତୁଷ୍ଟ ନଥିବା ଛାତ୍ରଛାତ୍ରୀ ନଭେମ୍ବରରେ ପୁଣି ପରୀକ୍ଷା ଦେଇପାରିବେ।

ସମ୍ବନ୍ଧିତ ଖବର