ଚେନ୍ନାଇ ଏୟାରପୋର୍ଟ‌: ୨୨ଟି ସାପ ସହ ଧରାପଡ଼ିଲେ ମହିଳା

ଚେନ୍ନାଇ: ଚେନ୍ନାଇ ବିମାନ ବନ୍ଦରରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କ୍ବାଲାଲାମ୍ପୁରରୁ ଆସିଥିବା ଜଣେ ମହିଳା ଯାତ୍ରୀଙ୍କ ବ୍ୟାଗ୍‌ ଯାଞ୍ଚ ବେଳେ ସେଥିରୁ ୨୨ଟି ସାପ ଏବଂ ଗୋଟିଏ ଏଣ୍ଡୁଅ ମିଳିଛି। ସୀମା ଶୁଳ୍‌କ ବିଭାଗ ଉକ୍ତ ମହିଳାଙ୍କୁ ଅଟକ ରଖିବା ସହ ମାମଲାର ତଦନ୍ତ କରୁଛି ।

ମହିଳାଙ୍କ ଚେକ୍‌-ଇନ୍‌ ବ୍ୟାଗେଜ୍‌ ଯାଞ୍ଚ କରିବା ପରେ ଏତେ ସଂଖ୍ୟକ ସାପ ବାହାରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଗତ ଜାନୁଆରିରେ ମଧ୍ୟ ଚେନ୍ନାଇ ଏୟାରପୋର୍ଟରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ସେତେବେଳେ ଯାଞ୍ଚ ସମୟରେ ୪୫ଟି କ୍ଷୁଦ୍ର ଅଜଗର ମିଳିଥିଲା।

ସମ୍ବନ୍ଧିତ ଖବର