କଂଗ୍ରେସର ଏବେ ବି ଆଶା ଅଛି: ଟିଏମସିର ପ୍ରାର୍ଥୀ ଘୋଷଣାକୁ ନେଇ ଏଭଳି କହିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: କୋଲକାତାର ବ୍ରିଗେଡ୍ ପ୍ୟାରେଡ୍ ଗ୍ରାଉଣ୍ଡରେ ଆୟୋଜିତ ଏକ ମେଗା ରାଲିରେ ପଶ୍ଚିମବଙ୍ଗର ସମସ୍ତ ୪୨ଟି ଲୋକସଭା ଆସନ ପାଇଁ ରବିବାର ଦିନ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ଟିଏମସି ଘୋଷଣା କରିବାର କିଛି ସମୟ ପରେ ରାଜ୍ୟରେ ଇଣ୍ଡିଆ ମେଣ୍ଟ ସମ୍ପର୍କରେ କଂଗ୍ରେସ ଏକ ବଡ ବିବୃତ୍ତି ଦେଇଛି। ବାସ୍ତବରେ, ପଶ୍ଚିମବଙ୍ଗରେ ଟିଏମସି ସହ ମେଣ୍ଟକୁ ନେଇ କଂଗ୍ରେସ ଆଶାବାଦୀ ରହିଛି। ନାମାଙ୍କନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ମେଣ୍ଟ ସମ୍ଭବ ବୋଲି କଂଗ୍ରେସ କହିଛି। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଏଯାଏଁ ବି ଦ୍ୱାର ଖୋଲା ଅଛି |

ଏଥିସହ ଦଳ କହିଛି ଯେ କୌଣସି ବୁଝାମଣା ଏକପାଖିଆ ଘୋଷଣା ମାଧ୍ୟମରେ ନୁହେଁ ବରଂ ଆଲୋଚନା ମାଧ୍ୟମରେ ଚୂଡାନ୍ତ ହେବା ଉଚିତ। ଟିଏମସି ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବା ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, “ଆମର ଦ୍ୱାର ସବୁବେଳେ ଖୋଲା ଅଛି। ଏବଂ ମିଳିତ ମେଣ୍ଟ ନାମାଙ୍କନ ପୂର୍ବରୁ ଯେକୌଣସି ସମୟରେ ହୋଇପାରେ। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସହ ଆସନ ବାଣ୍ଟିବା ନେଇ କଂଗ୍ରେସ ସବୁବେଳେ ଆଲୋଚନା କରିଛି । ଏକପାଖିଆ ଘୋଷଣା ମାଧ୍ୟମରେ ନୁହେଁ ବୁଝାମଣା ମାଧ୍ୟମରେ ହିଁ ଚୂଡାନ୍ତ ନିଷ୍ପତ୍ତି ନେଇହେବ | ସେ ଏହା ମଧ୍ୟ କହିଛନ୍ତି ଯେ କଂଗ୍ରେସ ସବୁବେଳେ ଚାଁହୁଥିଲା ଯେ ମିଳିତ ମେଣ୍ଟ ଏକାଠି ହୋଇ ବିଜେପିକୁ ମୁକାବିଲା କରାଯିବା ଉଚିତ |

ସମ୍ବନ୍ଧିତ ଖବର