ମୁଖତାର ଅନସାରୀ ରହୁଥିବା ବାନ୍ଦା ଜେଲ ଅଧୀକ୍ଷକଙ୍କୁ ହତ୍ୟା ଧମକ

ବାନ୍ଦା: କୁଖ୍ୟାତ ମାଫିଆ ଡନ୍ ମୁଖତାର ଅନସାରୀର ମୃତ୍ୟୁପରେ ବି ବିବାଦ ଥମିବାର ନାଁ ଧରୁନାହିଁ । ଏବେ ବାନ୍ଦା ଡିଭିଜନାଲ ଜେଲରେ କାର୍ଯ୍ୟରତ ବରିଷ୍ଠ ଜେଲ ଅଧୀକ୍ଷକ ବୀରେଶ ରାଜ ଶର୍ମାଙ୍କୁ ହତ୍ୟା ଧମକ ମିଳିଛି । ଏହି ଜେଲରେ ହିଁ ମୁଖତାରର ମୃତ୍ୟୁ ହୋଇଥିଲା ।

ଜେଲ୍ ଅଧୀକ୍ଷକ ବିରେଶ ରାଜ ଶର୍ମାଙ୍କୁ ରାତି ୧ଟା ୩୭ମିନିଟରେ ଏକ ଅଜଣା ନମ୍ବରରୁ ଧମକପୂର୍ଣ୍ଣ ଫୋନ୍ ଆସିଥିଲା। ଏହି ଧମକରେ ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା କୁହାଯାଉଛି। ବରିଷ୍ଠ ଜେଲ୍ ଅଧୀକ୍ଷକ ସିଟି କୋତଓ୍ଵାଲିରେ ଅଭିଯୋଗ କରିବା ସହ ଏକ ମାମଲା ରୁଜୁ କରିଛନ୍ତି। ଏହା ସହ ସେ ଜେଲ ମହାନିର୍ଦ୍ଦେଶକଙ୍କ ସମେତ ତାଙ୍କ ଉଚ୍ଚ ଅଧିକାରୀଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଇଛନ୍ତି।

ପୁଲିସର ସୂଚନା ଅନୁସାରେ ବିରେଶ ରାଜ ଶର୍ମାଙ୍କ ମୋବାଇଲକୁ ରବିବାର ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ  ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା ଏବଂ ସେ ୧୪ ସେକେଣ୍ଡ ପାଇଁ ସେହି ଅଜଣା ନମ୍ବର ସହ କଥା ହୋଇଥିଲେ। ତାଙ୍କୁ ଏହି ଅଜଣା ନମ୍ବରରୁ ହତ୍ୟା ଧମକ ମିଳିଥିଲା। ସେ ଏ ସମ୍ପର୍କରେ ପ୍ରୟାଗରାଜ ଜେଲ୍ ମହାନିର୍ଦ୍ଦେଶକଙ୍କ ସମେତ ବିଭିନ୍ନ ଉଚ୍ଚ ଅଧିକାରୀଙ୍କୁ ଏହି ଘଟଣା ବିଷୟରେ ଅବଗତ କରାଇବା ପରେ ସହରର କୋତଓ୍ଵାଲି ଅଞ୍ଚଳରେ ଏକ ମାମଲା ରୁଜୁ କରାଯାଇଥିଲା । କୋତୱାଲି ଥାନାରେ ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତାର ଧାରା ୫୦୪ ଓ ୫୦୭ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। 

ସମ୍ବନ୍ଧିତ ଖବର