ମହାରାଷ୍ଟ୍ରର ଗଡ଼ଚିରୋଲିରେ ଏନକାଉଣ୍ଟର ଘଟଣା: ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି

ନାଗପୁର: ମହାରାଷ୍ଟ୍ର ଗଡଚିରୋଲି ପୁଲିସର ସି-୬୦ କମାଣ୍ଡୋଙ୍କୁ ମିଳିଲା ବଡ଼ ସଫଳତା। ଆଜି ସକାଳେ କୋଟଗୁଲ-ଗ୍ୟାରାପଟ୍ଟୀ ଜଙ୍ଗଲରେ ଚାଲିଥିବା ଏନକାଉଣ୍ଟର ସମୟରେ ଗଡଚିରୋଲି ପୁଲିସର ସି-୬୦ କମାଣ୍ଡୋଙ୍କ ଗୁଳିରେ ପ୍ରଥମେ ୮ରୁ ଅଧିକ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଥିଲା। ଏବେ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ଏନକାଉଣ୍ଟରରେ ପ୍ରାୟ ୨୬ଜଣ ମାଓବାଦୀ ନିହତ ହୋଇଛନ୍ତି। ଜଣେ କେନ୍ଦ୍ରୀୟ କମିଟି ସଦସ୍ୟ ଓ ଡିଭିଜନାଲ କମିଟି ସଦସ୍ୟଙ୍କ ସମେତ ୨୬ ମାଓବାଦୀ ମୃତ୍ୟୁବରଣ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ସକାଳ ୬ଟା ୩୦ ସମୟରେ ମାଓବାଦୀଙ୍କ ସହ ଗୁଳିବିନିମୟ ଆରମ୍ଭ ହୋଇଥିଲା। କିଛି ଘଣ୍ଟାର ଗୁଳିବିନିମୟ ପରେ ୮ରୁ ଅଧିକ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ଘଟଣାସ୍ଥଳରୁ ଅନେକ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିବା ବେଳେ ମାଓବାଦୀମାନେ ନିଜ ମୃତ ସାଥୀମାନଙ୍କୁ ନେଇ ଖସିଯିବାକୁ ଉଦ୍ୟମ କରୁଥିବା କହିଥିଲେ ଏସପି ଅଙ୍କିତ।

ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଖସିଯାଇଥିବା ମାଓବାଦୀଙ୍କୁ ଖୋଜିବାକୁ ଉଦ୍ୟମ କରାଯାଉଛି ବୋଲି ଏସପି ଅଙ୍କିତ କହିଥିଲେ।

ସମ୍ବନ୍ଧିତ ଖବର