ଦିଲ୍ଲୀରେ ଆପ୍ ବିଧାୟକଙ୍କୁ ପ୍ରଭାବିତ କରିବା ଉଦ୍ୟମ: ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିଲେ କେଜ୍ରିୱାଲ୍

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାକୁ ନେଇ ଦିଲ୍ଲୀରେ ଆପ ଏବଂ ବିଜେପି ମଧ୍ୟରେ ଲଢ଼େଇ ଚାଲିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଆପ ନେତା ସଞ୍ଜୟ ସିଂ କହିଥିଲେ ଯେ, ସିସୋଦିଆଙ୍କୁ ବ୍ୟବହାର କରି ବିଜେପି ଦିଲ୍ଲୀରେ ନିଜର ସରକାର ଗଠନ ପାଇଁ ଚେଷ୍ଟା କରିଥିଲେ ବି ସଫଳ ହୋଇପାରିନାହିଁ। ଏହା ପରେ ବିଜେପି ଆମର ବିଧାୟକମାନଙ୍କୁ ଧମକ ଦେଇ ୨୦କୋଟି ଟଙ୍କାର ଅଫର ଦେବା ଆରମ୍ଭ କରିଛି।

ଏଭଳି ଖବର ସାମ୍ନାକୁ ଆସିବା ପରେ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର ଅଗଷ୍ଟ ୨୬ରେ ଏକ ଦିନିକିଆ ବିଧାନସଭା ଅଧିବେଶନ କରିବେ ବୋଲି ଜଣାପଡ଼ିଛି। ବିଜେପି ଦିଲ୍ଲୀରେ କେଜ୍ରିୱାଲ ସରକାରକୁ ହଟାଇବାକୁ ଚେଷ୍ଟା କରୁଥିବା ଦାବି କରିଛି ଆପ୍। ଏହା ସହ ଆପର ୨୦-୨୫ ବିଧାୟକ ବିଜେପି ସହ ଯୋଗାଯୋଗ କରୁଥିବା ନେଇ ଦାବି କରାଯିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଚିନ୍ତା ବଢ଼ିଛି। ଏନେଇ ସେ ସମସ୍ତ ଆପ୍ ବିଧାୟକଙ୍କୁ ଡକାଇ ବୈଠକ କରିବେ ବୋଲି କୁହାଯାଉଛି।

ଏହା ପୂର୍ବରୁ ଆପ ନେତା ସଞ୍ଜୟ ସିଂ କହିଥିଲେ, ଦିଲ୍ଲୀର ବିଧାୟକଙ୍କୁ କିଣିବା ପାଇଁ ବିଜେପି ଚେଷ୍ଟା ଚଳାଇଛି। ମନୀଷ ସିସୋଦିଆଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଦେ କରିବାକୁ ଚାହୁଁଥିଲା ବିଜେପି। ସିସୋଦିଆଙ୍କୁ ବ୍ୟବହାର କରି ବିଜେପି ଦିଲ୍ଲୀରେ ନିଜର ସରକାର ଗଠନ ପାଇଁ ଚେଷ୍ଟା କରିଥିଲେ ବି ସଫଳ ହୋଇପାରିନାହିଁ। ଏହା ପରେ ବିଜେପି ଆମର ବିଧାୟକମାନଙ୍କୁ ଧମକ ଦେଇ ୨୦କୋଟି ଟଙ୍କାର ଅଫର ଦେବା ଆରମ୍ଭ କରିଛି। ୨୦କୋଟି ଦେଇ ବିଜେପି ସହ ହାତ ମିଶାଅ ନଚେତ ସିସୋଦିଆଙ୍କ ଭଳି ଅବସ୍ଥା ହେବ ବୋଲି କହି ବିଜେପି ଆପ୍ ବିଧାୟକମାନଙ୍କୁ ଧମକ ଦେଉଛି। ବିଜେପି ଦିଲ୍ଲୀର ଶିକ୍ଷା ମଡେଲକୁ ନେଇ ଚିନ୍ତିତ। ସେମାନେ ଦେଶ ବିକ୍ରି କରିବାକୁ ଚାହୁଁଛନ୍ତି, ହେଲେ କେଜ୍ରିୱାଲ ଦେଶକୁ ବଞ୍ଚାଇବାକୁ ଚାହୁଁଛନ୍ତି। ସାବଧାନ, ଏହା ମହାରାଷ୍ଟ୍ର ନୁହେଁ, ଏ ହେଉଛି ଦିଲ୍ଲୀ। ଏଠାରେ ଆପ୍ ସରକାର ଅଛି। ଏ ସରକାର ବିକ୍ରି ହେବା ସରକାର ନୁହେଁ।

ସମ୍ବନ୍ଧିତ ଖବର