ସଲମାନଙ୍କୁ ଭେଟିବାକୁ ତାଙ୍କ ଘରକୁ ଗଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ

ମୁମ୍ବାଇ: ବଲିଉଡ ଅଭିନେତା ସଲମନ ଖାଁଙ୍କ ଘର ଆଗରେ ଗୁଳିକାଣ୍ଡ ପରେ ମହାରାଷ୍ଟ୍ରର ଆଇନ ଶୃଙ୍ଖଳାକୁ ନେଇ ପ୍ରଶ୍ନ ଉଠାଇଛି ଶିବସେନା ଉଦ୍ଧବ ଗୋଷ୍ଠୀ । ସେପଟେ ମହାରାଷ୍ଟ୍ର  ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସୋମବାର ସଂଧ୍ୟାରେ ସଲମାନ ଖାଁଙ୍କ ଘରେ ପହଞ୍ଚିଥିଲେ।

ଏହା ପୂର୍ବରୁ ଗୁଳିକାଣ୍ଡ ଘଟଣାର ଗୋଟିଏ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ ଇଦ୍ ରେ ସଲମାନଙ୍କ ଘରକୁ ତାଙ୍କୁ ଭେଟିବାକୁ ଯାଇଥିଲେ।

ଅନ୍ୟପକ୍ଷରେ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ସଲମାନ ଙ୍କ ଘର ବାହାରେ ଗୁଳି ଚଳାଇବା ପାଇଁ ନିଜକୁ ଦାୟୀ କରି ଫେସବୁକରେ କରାଯାଇଥିବା ପୋଷ୍ଟର ଆଇପି ଆଡ୍ରେସ୍ ପର୍ତ୍ତୁଗାଲରେ ଠାବ କରାଯାଇଛି। ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ଭାଇ ଅନମୋଲ ବିଷ୍ଣୋଇ ରବିବାର ଫେସ୍ବୁକ୍ ପୋଷ୍ଟଅପଲୋଡ୍ କରିବା ପାଇଁ ଏକ ଭିପିଏନ୍ (ଭର୍ଚୁଆଲ୍ ପ୍ରାଇଭେଟ୍ ନେଟୱାର୍କ) ବ୍ୟବହାର କରିଥିବା ପୁଲିସ ସନ୍ଦେହ କରୁଛି।

ସଲମାନଙ୍କ ଘରେ ଗୁଳିକାଣ୍ଡର କିଛି ଘଣ୍ଟା ପରେ ଏକ ଫେସବୁକ ପୋଷ୍ଟ ସାମ୍ନାକୁ ଆସିଥିଲା ଯେଉଁଥିରେ ସେ ଗୁଳିକାଣ୍ଡ ଘଟଣାର ଦାୟିତ୍ୱ ନେଇଥିଲେ । ଭୋର ପ୍ରାୟ ୫ଟା ରେ ଅଭିନେତାଙ୍କ ଘର ବାହାରେ ଗୁଳିକାଣ୍ଡ ଘଟିଥିଲା ଏବଂ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ  ଉକ୍ତ ଫେସବୁକ୍ ପୋଷ୍ଟ ସାମ୍ନାକୁ ଆସିଥିଲା।

ସମ୍ବନ୍ଧିତ ଖବର