ଅତୀତରେ ନିଜ କେଶ ପାଇଁ ଚର୍ଚ୍ଚାରେ ରହିଥିବା ଧୋନିଙ୍କ ନୂଆ ‘ହେୟାର୍‌ ଷ୍ଟାଇଲ୍‌’କୁ ପୁଣି ପସନ୍ଦ କଲେ ପ୍ରଶଂସକ

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଏକ ନୂଆ ଲୁକ୍‌ରେ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିବା ତାଙ୍କର ଏହି ଆକର୍ଷଣୀୟ ଲୁକ୍‌ ତାଙ୍କ ପ୍ରଶଂସକମାନଙ୍କ ମନକୁ ଛୁଇଁଛି। ଭିଡିଓରେ ଧୋନିଙ୍କୁ ଏକ ନିଆରା ‘ହେୟାର୍‌ ଷ୍ଟାଇଲ୍‌’ କରିଥିବାର ଦେଖିବାକୁ ମିଳିଛି। ଧୋନି ‘ପନି‌-ଟେଲ୍‌’ କରି ଯାଉଥିବା ବେ‌ଳେ ତାଙ୍କର ଏହି ଲୁକ୍‌ ଏବେ ସୋସିଆଲ୍‌ ମିଡିଆରେ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣର କାରଣ ବନିଛି।

ଆଜି (ଶନିବାର) ଦିନ ଭାଇରାଲ ହୋଇଥିବା ଏକ ନିର୍ଦ୍ଦିଷ୍ଟ ଭିଡିଓରେ ଭାରତୀୟ କ୍ରିକେଟ୍ କିମ୍ବଦନ୍ତି ଧୋନିଙ୍କୁ ଖୁବ୍ ଭଲପାଇବା ମିଳୁଛି। ୪୨ ବର୍ଷୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନି ଚଳିତବର୍ଷ ପ୍ରାରମ୍ଭରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)ର ନେତୃତ୍ବ ନେଇ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ବିଜୟୀ ହୋଇଥିଲେ। ପୂରା ଟୁର୍ଣ୍ଣାମେଣ୍ଟରେ ଆଣ୍ଠୁରେ ଆଘାତ ଲାଗିବା ସତ୍ତ୍ବେ ସେ ନିରନ୍ତର ନିଷ୍ଠା ପ୍ରଦର୍ଶନ କରିଥିଲେ। ଟି -୨୦ ଲିଗରେ ସିଏସକେର ଉଲ୍ଲେଖନୀୟ ପଞ୍ଚମ ଟାଇଟଲ୍ ବିଜୟ ପରେ ତାଙ୍କ ଆଣ୍ଠୁର ଅସ୍ତ୍ରୋପଚାର କରିଥିଲେ।

 

ଧୋନିଙ୍କ ନେତୃତ୍ୱ ଦକ୍ଷତା କେବଳ ଆଇପିଏଲରେ ସୀମିତ ନୁହେଁ। ୨୦୧୧ ମସିହାରେ ହୋଇଥିବା ଏକ ଦିବସୀୟ ବିଶ୍ୱକପ୍‌ରେ ସେ ଭାରତୀୟ ଦଳର ଅଧିନାୟକତ୍ୱ କରିଥିଲେ, ଯାହାକି ଶେଷ ଥର ପାଇଁ ଭାରତରେ ହୋଇଥିଲା। ଭାରତରେ ହେବାକୁ ଥିବା ବିଶ୍ୱକପ ଯେତିକି ପାଖେଇ ଆସୁଛି, ସମସ୍ତଙ୍କ ଆଖି ରୋହିତ ଶର୍ମାଙ୍କ ଆଡକୁ ମୁହାଁଇଛି, ଯିଏକି ଧୋନିଙ୍କ ପଦାଙ୍କ ଅନୁସରଣ କରିବାକୁ ଚେଷ୍ଟା କରୁଛନ୍ତି।

ସମ୍ବନ୍ଧିତ ଖବର