୩ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଏହି ବ୍ରିଟିସ କମ୍ପାନି, ଭାରତରେ ଲାଗୁ ହେବନି ନିଷ୍ପତ୍ତି

ଲଣ୍ଡନ : ବିଶ୍ବ ଆର୍ଥିକ ମାନ୍ଦାବସ୍ଥା ଆଶଙ୍କା ମଧ୍ୟରେ ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନିରେ ଛଟେଇ ଜାରି ରହିଛି । ଆମାଜନ୍ ଠାରୁ ଆରମ୍ଭ କରି ମେଟା, ଟ୍ୱିଟର ଓ ମାଇକ୍ରୋସଫ୍ଟ ପର୍ଯ୍ୟନ୍ତ ହଜାର ହଜାର ଚାକିରି ଛଟେଇ କରିଛନ୍ତି। ଏବେ ଏହି ତାଲିକାରେ ଆଉ ଏକ ବୃହତ ବହୁରାଷ୍ଟ୍ରୀୟ କନସଲଟାନ୍ସି ସଂସ୍ଥାର ନାମ ଯୋଡ଼ି ହୋଇଛି।  ଏହି କମ୍ପାନି ହେଉଛି ଅର୍ନଷ୍ଟ ଆଣ୍ଡ ୟଙ୍ଗ । କଂପାନି ଏହାର ମୋଟ କର୍ମଚାରୀଙ୍କ ୫ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ପ୍ରସ୍ତୁତ ହେଉଛି ।

ଛଟେଇ ଯୋଗୁଁ ପ୍ରାୟ ୩୦ କର୍ମଚାରୀ ଚାକିରି ହରାଇବେ। କମ୍ପାନୀର ବ୍ୟବସାୟରେ କ୍ଷତି ଯୋଗୁଁ ଏହି ଛଟେଇ ହୋଇଛି ବୋଲି ଅର୍ନଷ୍ଟ ଆଣ୍ଡ ୟଙ୍ଗ ପ୍ରକାଶ କରିଛି । କମ୍ପାନୀ କହିଛି ଯେ ଆମେରିକୀୟ କାର୍ଯ୍ୟନିର୍ବାହୀ କମିଟିର ଆପତ୍ତି କାରଣରୁ ଏହାର ଅଡିଟ୍ ଏବଂ ପରାମର୍ଶ ଅଂଶକୁ ଅଲଗା କରିବାର ଯୋଜନା ପ୍ରତ୍ୟାହାର କରାଯାଇଛି । ଏହା ସହିତ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନିଆଯାଇଛି ।

କମ୍ପାନିର ମୁଖପାତ୍ରଙ୍କ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ସାମ୍ପ୍ରତିକ ଅର୍ଥନୈତିକ ସ୍ଥିତି, କିଛି ବିଭାଗରେ ଅଧିକ କର୍ମଚାରୀ, ଅଧିକ ଦରମା ଆଦିକୁ ଆକଳନ କରିବା ପରେ କମ୍ପାନି କର୍ମଚାରୀଙ୍କୁ ଛଟେଇ କରିବାକୁ ବାଧ୍ୟ ହୋଇଛି । ତେବେ ଭାରତରେ ଏହି ଛଟେଇ ହେବ ନାହିଁ। କମ୍ପାନୀ ଆମେରିକାରେ ବନ୍ଦ ହୋଇଯିବ ।

ସମ୍ବନ୍ଧିତ ଖବର