ଗିରଫଦାରୀକୁ ଏଡ଼ଇବା ପାଇଁ ବାରମ୍ବାର ଠିକଣା ବଦଳାଉଥିଲେ ଓ କ୍ୟାସ୍‌ କାରବାର କରୁଥିଲେ ଅଭିଯୁକ୍ତ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଏକାଧିକ ରାଜ୍ୟରେ ଖୋଳତାଢ଼  କରିବା ପରେ ରମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାରେ ଦୁଇ ପ୍ରମୁଖ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ପଶ୍ଚିମବଙ୍ଗରେ ଅବଦୁଲ ମାଥିନ୍ ଅହମ୍ମଦ ତାହା ଏବଂ ମୁସାଭିର ହୁସେନ୍ ଶାଜିବଙ୍କୁ ଗିରଫ କରାଯାଇ ଗତ ସନ୍ଧ୍ୟାରେ ବେଙ୍ଗାଲୁରୁକୁ ଅଣାଯାଇଥିଲା।

ଏବେ ସେହି ଅଭିଯୁକ୍ତମାନଙ୍କର ସିସିଟିଭି ଫୁଟେଜ୍‌ ପ୍ରାପ୍ତ ହୋଇଛି। ପ୍ରାପ୍ତ ସିସିଟିଭି ଫୁଟେଜରେ ଦର୍ଶାଯାଇଛି ଯେ ଅଭିଯୁକ୍ତମାନେ କୋଲକାତାର ଏକବାଲପୁର ଅଞ୍ଚଳରେ ଥିବା ଡ୍ରିମ୍ ଗେଷ୍ଟ ହାଉସରେ ଚେକ୍‌ଇନ୍‌ କରିଥିଲେ। ସେମାନେ ମାର୍ଚ୍ଚ ୨୫ ତାରିଖରେ ହୋଟେଲରେ ପହଞ୍ଚି ନକଲି ପରିଚୟ ପତ୍ର ଦେଇ ମାର୍ଚ୍ଚ ୨୮ ତାରିଖରେ ଚେକ୍ ଆଉଟ୍‌ କରିଥିଲେ। ସୂତ୍ରରୁ ପ୍ରକାଶ ଯେ ସେମାନେ ପୂର୍ବ ମିଡନାପୁର ଜିଲ୍ଲା ଅଭିମୁଖେ ଯିବା ପୂର୍ବରୁ ଏପରି କରିଥିଲେ।

ଗିରଫଦାରୀକୁ ଏଡାଇବା ପାଇଁ ଅଭିଯୁକ୍ତମାନେ କର୍ଣ୍ଣାଟକ ଛାଡି ବାରମ୍ବାର ଠିକଣା ବଦଳାଉଥିଲେ। ଶେଷରେ ଧରାଯିବା ପୂର୍ବରୁ ସେମାନେ ବିଭିନ୍ନ ରାଜ୍ୟର ଏକାଧିକ ଛୋଟ ହୋଟେଲରେ ଅଟକିଥିଲେ। ଅଧିକାଂଶ ସ୍ଥାନରେ, ସେମାନେ ନିଜ ସଂପର୍କିତ ତଥ୍ୟ ଲୁଚାଇବାରୁ କ୍ୟାସ୍‌ କାରବାର କରିଥିଲେ। ହୋଟେଲ୍‌ ଅନ୍‌ଲାଇନ୍‌ ପେମେଣ୍ଟ୍‌ କରୁନଥିଲେ।

ଅଧିକାରୀମାନେ କର୍ଣ୍ଣାଟକ, ତାମିଲନାଡୁ ଏବଂ ଉତ୍ତରପ୍ରଦେଶର ୧୮ଟି ସ୍ଥାନରେ କୋଲକାତା ଠାରୁ ୧୮୦ କିଲୋମିଟର ଦୂରରେ ଅବସ୍ଥିତ ଏକ ଛୋଟ ସହରରୁ ସେ ଦୁହିଁଙ୍କୁ ଧରିବାରେ ସଫଳ ହୋଇଛନ୍ତି। ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଅଭିଯୁକ୍ତମାନେ ପଶ୍ଚିମବଙ୍ଗର ଏକ ଲଜରେ ରହିଥିଲେ।

ସମ୍ବନ୍ଧିତ ଖବର