ମଦ ପିଇବାକୁ ଟଙ୍କା ନ ଦେବାରୁ ପୁଅକୁ ହତ୍ୟା କଲା ବାପା

ବେଙ୍ଗାଲୁରୁ : ବେଙ୍ଗାଲୁରୁରୁ ଆସିଛି ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଖବର । ମଦ କିଣିବା ପାଇଁ ଟଙ୍କା ଦେବାକୁ ମନା କରିବାରୁ ଜଣେ ୫୮ ବର୍ଷୀୟ ବ୍ୟକ୍ତି ତାଙ୍କ ୩୫ ବର୍ଷୀୟ ପୁଅକୁ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି କରି ହତ୍ୟା କରିଛନ୍ତି। ପୁଲିସ ଅଭିଯୁକ୍ତ ବାପା ସୁରେଶକୁ ଗିରଫ କରିଛି। କାମାକ୍ଷାପାଲିଆ ଥାନା ଅଧୀନରେ ଏହି ଘଟଣା ଘଟିଛି। ପୁଲିସ କହିଛି ଯେ ଏହି ପରିବାରଟି କୋଡାଗୁ ଜିଲ୍ଲାର ମାଡିକେରିର ବାସିନ୍ଦା। ସୁରେଶ ମଦ ପାଇଁ ଟଙ୍କା ମାଗିବାକୁ ନେଇ ତାଙ୍କ ପୁଅ ଉତ୍ତର ବୋପାନ୍ନାଙ୍କ ସହ ବାରମ୍ବାର ଝଗଡ଼ା କରୁଥିଲେ।

ଏହି ଘଟଣାରେ ପୁଲିସ ଆହୁରି କହିଛି ଯେ ଗୁରୁବାର ସନ୍ଧ୍ୟାରେ ମଦ ପାଇଁ ଟଙ୍କା ନଦେବାକୁ ନେଇ ସେମାନଙ୍କ ମଧ୍ୟରେ ପୁଣି ବିବାଦ ହୋଇଥିଲା। ଏହା ପରେ ଉତ୍ତର ବୋପାନ୍ନା ନିଜ ବାପାଙ୍କୁ ଏକ ଘରେ ବନ୍ଦୀ କରିଦେଇଥିଲା । ଏହାର କିଛି ସମୟ ପରେ ଅଭିଯୁକ୍ତ ସୁରେଶ ବୋପାନ୍ନାଙ୍କୁ ଝରକା ଦେଇ ନିଜ ପୁଅ ଛାତିକୁ ଗୁଳି ମାରିଥିଲା। ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିବା ବୋପାନ୍ନା ତାଙ୍କ ଭଉଣୀଙ୍କୁ ଫୋନ୍ କରି ଡାକ୍ତରଖାନା ନେବା ପାଇଁ ସମ୍ପର୍କୀୟଙ୍କୁ ଜଣାଇବାକୁ କହିଥିଲେ। ବୋପାନ୍ନାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

 

ସମ୍ବନ୍ଧିତ ଖବର