ଖୁସିରେ ଦୌଡ଼ି ଯାଉଥିବା ବେଳେ ଜେଜେବାପାଙ୍କ କାର ଚକା ତଳେ ଚାଲିଗଲା ନାତିର ଜୀବନ

ନୂଆଦିଲ୍ଲୀ: କେରଳର କାସରଗୋଡ଼ରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜେଜେବାପାଙ୍କ କାର ଚକା ତଳେ ନାତିର ଜୀବନ ଚାଲିଯାଇଛି। ମୃତ ନାତିର ବୟସ ୨ବର୍ଷ ଓ ନାମ ମସ୍ତୁଲ ଜିସାସ ବୋଲି ଜଣାପଡ଼ିଛି। ଏହି ଦୁଃଖଦ ଘଟଣାର ଏକ ଭିଡିଓ ବି ସାମାଜିକ ଗଣମାଧ୍ୟମରେ ସ‌ାମ୍ନାକୁ ଆସିଛି। ଯାହାକି ଘଟଣା ଘଟିବା ସମୟରେ ସିସିଟିଭିରେ କୈଦ ହୋଇଯାଇଥିଲା।

ଏହି ହୃଦୟବିଦାରକ ଘଟଣା ନଭେମ୍ବର ୧୦ ତାରିଖରେ ଘଟିଥିବା କୁହାଯାଉଛି। ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛ କି, ଦୁଇଜଣ ଶିଶୁ ଘର ସାମ୍ନାରେ ଖେଳୁଛନ୍ତି। ଉକ୍ତ ଦୁଇଶିଶୁଙ୍କ ଜେଜେବାପା ଏହି ସମୟରେ କାର ନେଇ ଘର ଭିତରକୁ ପ୍ରବେଶ କରୁଛନ୍ତି।

ଜେଜେବାପାଙ୍କ କାରକୁ ଦେଖି ବଡ଼ ନାତି ତାର ସାଇକେଲକୁ ସାଇଟ କରିବାକୁ ଦୌଡ଼ି ଯାଇଥିଲା। ଏତିକି ବେଳେ ସାନନାତି ଜେଜେବାପାଙ୍କୁ ଦେଖି ଖୁସିରେ ଗାଡ଼ି ପାଖକୁ ଦୌଡ଼ି ଯ‌ାଇଥିଲା।

ତେବେ ଦୁର୍ଭାଗ୍ୟବଶତଃ  ନାତିକୁ ଜେଜେବାପା ଦେଖି ପାରି ନଥି‌ଲେ। କାରଚକା ତଳେ ନାତି ଛିଡ଼ା ହୋଇଥିବା ବେଳେ ଜେଜେବାପା ଗାଡ଼ିକୁ ଆଗକୁ ବଢ଼ାଇ ଦେଇଥିଲେ। ଫଳରେ କାରଚକା ତଳେ ନାତିର ଜୀବନ ଚାଲିଯାଇଥିଲା।

 

ସ‌ଙ୍ଗେସଙ୍ଗେ ଜେଜେବାପା ନାତିକୁ ଘଟଣାସ୍ଥଳରୁ ଉଦ୍ଧାର କରି ମେଙ୍ଗାଲୁର ହସ୍ପିଟାଲ ନେଇ ଯାଇଥିଲେ କିନ୍ତୁ ଡାକ୍ତର ମସ୍ତୁଲକୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର