ଅପ୍‌ଗ୍ରାଡ୍‌ କାର୍ଯ୍ୟାଳୟରେ ଜିଏସ୍‌ଟି ଅଧିକାରୀଙ୍କ ଖୋଳତାଡ଼

ନୂଆଦିଲ୍ଲୀ : ଜିଏସଟି ଅଧିକାରୀମାନେ ନିୟମିତ ସର୍ଭେ ପାଇଁ ଏଡ୍‌ଟେକ୍ ସଂସ୍ଥା ଅପ୍‌ଗ୍ରାଡ୍‌ର କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଗସ୍ତ ସମ୍ପର୍କରେ ଅଧିକ ବିବରଣୀ ନଦେଇ ଅପଗ୍ରାଡ୍‌ର ଆଇନ ମୁଖ୍ୟ କୋଏଲ ହେମଦେବ ଏକ ବିବୃତିରେ କହିଛନ୍ତି ଯେ ଏହା ଏକ ନିୟମିତ ସର୍ଭେ ଏବଂ ଆମେ ବିଭାଗକୁ ସମ୍ପୂର୍ଣ୍ଣ ସହଯୋଗ କରୁଛୁ। ଚଳଚ୍ଚିତ୍ର ପ୍ରଯୋଜକ ରୋନି ସ୍କ୍ରୁୱାଲାଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି କମ୍ପାନି ସଫ୍ଟବ୍ୟାଙ୍କ ସମର୍ଥିତ ଏରୁଡିଟସ୍ ଏବଂ ଏଡ୍‌ଟେକ୍‌ ସଂସ୍ଥା ବାଇଜୁସ୍ ଭଳି କମ୍ପାନି ସହ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଅପଗ୍ରାଡ୍‌ର ଭାରତୀୟ ସିଇଓ ଅର୍ଜୁନ ମୋହନ ଜାନୁଆରିରେ କମ୍ପାନି ଛାଡିଥିଲେ ଏବଂ ନିକଟରେ ତାଙ୍କୁ ବାଇଜୁସ୍‌ର ଅନ୍ତର୍ଜାତୀୟ ବ୍ୟବସାୟର ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର