ୟୁକ୍ରେନରେ ଉତ୍ତେଜନା‌ ହ୍ରାସ ‌କ୍ଷେତ୍ରରେ ସହଯୋଗ ପାଇଁ ଭାରତ ପ୍ରସ୍ତୁତ

ନୂଆଦିଲ୍ଲୀ  : ୟୁକ୍ରେନରେ ରୁଷ୍‌ର ଭୟଙ୍କର ଆକ୍ରମଣ ଘଟଣାରେ ଭାରତ ଗଭୀର ଚିନ୍ତା ପ୍ରକଟ କରିଛି। ୟୁକ୍ରେନ୍‌ରେ ଉତ୍ତେଜନା ଓ ଆକ୍ରମଣ ବଢ଼ୁଥିବାରୁ ଭାରତ ଚିନ୍ତା ପ୍ରକଟ କରିଛି। ଭାରତୀୟ ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଆଜି ଏନେଇ ଏକ ବିବୃତି ଜାରି ହୋଇଛି।

ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଆମେ ପୁଣିଥରେ ଏହା ଦୋହରାଇବାକୁ ଚାହୁଛୁ ଯେ ୟୁକ୍ରେନ୍‌ରେ ଉତ୍ତେଜନା ବଢ଼ିବା ଦ୍ବାରା କାହାର ବି ଲାଭ ହେଉନି। ଏଭଳି ହିଂସା ଏବଂ ଆକ୍ରମଣ ତୁରନ୍ତ ବନ୍ଦ କରିବାପାଇଁ ଏବଂ କଥାବାର୍ତ୍ତା ଓ କୂଟନୈତିକ ଉପାୟରେ ସମସ୍ୟାର ସମାଧାନ ପାଇଁ ଆମେ ଅନୁରୋଧ କରୁଛୁ। ୟୁକ୍ରେନରେ ଉତ୍ତେଜନା ହ୍ରାସ ପାଇଁ ଭାରତ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତୁରନ୍ତ ହିଂସାର ପଥରୁ ଓହରି କଥାବାର୍ତ୍ତା କରିବାପାଇଁ ଭାରତ କହିଛି। ବିବାଦ ଆରମ୍ଭରୁ ଭାରତ କଥାବାର୍ତ୍ତା ଏବଂ କୂଟନୈତିକ ଆଲୋଚନା ଉପରେ ଗୁରୁତ୍ବାରୋପ କରି ଆସିଛି। ଉଲ୍ଲେଖ‌ଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସମରକନ୍ଦରେ ପୁଟିନଙ୍କୁ କହିଥିଲେ‘ ଏବେ ଯୁଦ୍ଧର ସମୟ ନୁହେଁ। ମୋଦୀଙ୍କର ଏହି ଟିପ୍ପଣୀକୁ ଅନେକ ବିଶ୍ବ ନେତା ପ୍ରଶଂସା‌ କରିଥିଲେ।

ସମ୍ବନ୍ଧିତ ଖବର