ଯାତ୍ରା ସମୟରେ ଭାଙ୍ଗି ଯାଇଥିବା ସୁଟକେସର ଫଟୋକୁ ସେୟାର କରି ଇଣ୍ଡିଗୋକୁ ଧନ୍ୟବାଦ ଜଣାଇଲେ ମହିଳା ଯାତ୍ରୀ

ନୂଆଦିଲ୍ଲୀ: ସାଧାରଣତଃ ଯାତ୍ରୀମାନେ ଯାତ୍ରା ସମୟରେ ନିଜର ଜିନିଷପତ୍ରକୁ ନେଇ ସାବଧାନତା ଅବଲମ୍ବନ କରିଥାଆନ୍ତି। କିନ୍ତୁ ସମୟସମୟରେ ଯାତ୍ରା ସମୟରେ ଯାତ୍ରୀଙ୍କ ସାମଗ୍ରୀ ନଷ୍ଟ ହୋଇଯାଇଥାଏ କିମ୍ବା ସେମାନଙ୍କ ଲଗେଜର କିଛି ଅଂଶ ଭାଙ୍ଗି ଯାଇଥାଏ ତ ସମ୍ପୂର୍ଣ୍ଣ ଲଗେଜ ବି କେତେବେଳେ ଚୋରି ହୋଇଯାଇଥାଏ।

ନିକଟରେ ଇଣ୍ଡିଗୋ ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ ସୁଟକେସ ଭାଙ୍ଗି ଯାଇଥିବା ଘଟଣା ସାମ୍ନାକୁ ଆସିଛି। ଯାହାକୁ ନେଇ ଉକ୍ତ ଯାତ୍ରୀଜଣକ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଟୁଇଟ କରି ଇଣ୍ଡିଗୋକୁ ଧନ୍ୟବାଦ ଜଣାଇଛନ୍ତି।

‌ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଜଣେ ମହିଳା ଯାତ୍ରୀ ଇଣ୍ଡିଗୋକୁ ଟ୍ୟାଗ କରି କହିଛନ୍ତି, ‘ମୋର ବ୍ୟାଗକୁ ବିମାନରେ ନେବା ଓ ଓହ୍ଲାଇବା ସମୟରେ ନଷ୍ଟ କରି ଦିଆଯାଇଛି। ଯାହାର ମୁଁ ଏକ ଫଟୋ ସେୟାର କରୁଛି, ଏଥିରେ ଆପଣ ନଷ୍ଟ ହୋଇଯାଇଥିବା ବ୍ୟାଗକୁ ସ୍ପଷ୍ଟ ଭାବେ ଦେଖି ପାରିବେ। ପ୍ରିୟର ଇଣ୍ଡିଗୋ ମୋର ସାମଗ୍ରୀର ଯତ୍ନ ନେଇଥିବାରୁ ଧନ୍ୟବାଦ।’

 

ଏହି ପୋଷ୍ଟ ପରେ ଇଣ୍ଡିଗୋକୁ ନେଇ ଲୋକେ ସମାଲୋଚନା କରିବା ଆରମ୍ଭ କରି ଦେଇଛନ୍ତି।  ଇଣ୍ଡିଗୋ ମହିଳା ଯାତ୍ରୀଙ୍କ ପୋଷ୍ଟର ପ୍ରତିକ୍ରିୟା ଦେଇ କ୍ଷମା ମାଗି କହିଛି, ‘ ନମସ୍କାର ଆପଣଙ୍କ ସହିତ ହୋଇଥିବା ଅସୁବିଧା ପାଇଁ ଆମକୁ କ୍ଷମା କରିଦେବେ। ଆମକୁ ଯାଞ୍ଚ ପାଇଁ ସମୟ ଦିଅନ୍ତୁ। ଆମେ ଆପଣଙ୍କୁ ନିଶ୍ଚିତ ଭାବେ ଯୋଗା‌ଯୋଗ କରିବୁ।’

ସମ୍ବନ୍ଧିତ ଖବର