କ୍ଷେପଣାସ୍ତ୍ର ଆକ୍ରମଣରେ ଭାରତୀୟ ନାଗରିକଙ୍କ ମୃତ୍ୟୁ ପରେ ଭାରତୀୟ ଦୂତାବାସ ମାର୍ଗଦର୍ଶିକା ଜାରି କଲା

ନୂଆଦିଲ୍ଲୀ: ଇସ୍ରାଏଲର ଆଣ୍ଟି-ଟ୍ୟାଙ୍କ କ୍ଷେପଣାସ୍ତ୍ର ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିରେ ଦୁଇଜଣ ଭାରତୀୟ ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ପରେ ଉତ୍ତର ଓ ଦକ୍ଷିଣ ସୀମାରେ କାମ କରୁଥିବା ଲୋକଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି।

ଭାରତୀୟ ଦୂତାବାସ ଇସ୍ରାଏଲରେ କ୍ଷପଣାସ୍ତ୍ର ଆକ୍ରମଣ ପରେ ଏକ ମାର୍ଗଦର୍ଶିକା ଜାରି କରି କହିଛି କି, ‘ ଆମେ ଆମର ସମସ୍ତ ନାଗରିକମାନଙ୍କୁ ଅନୁରୋଧ କରୁଛୁ କି ଯଥାଶୀଘ୍ର ସମସ୍ତେ ସୁରକ୍ଷିତ ସ୍ଥାନକୁ ଚାଲି ଯାଆନ୍ତି। ଆମର ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆମେ ଇସ୍ରାଏଲ ଅଧିକାରୀଙ୍କ ସହିତ କ୍ରମାଗତ ଭାବେ ଯୋଗାଯୋଗରେ ଅଛୁ।’

ମିଳିଥିବା ସୂଚନା ଅନୁସାରେ, ଇସ୍ରାଏଲର ଆଣ୍ଟି-ଟ୍ୟାଙ୍କ କ୍ଷେପଣାସ୍ତ୍ର କ୍ଷେପଣାସ୍ତ୍ର ଆକ୍ରମଣରେ ମୃତ୍ୟୁ ହୋଇଥିବା ଭାରତୀୟ ନାଗରିକ ଦକ୍ଷିଣ କେରଳର ବାସିନ୍ଦା। ନାମ ତାଙ୍କର ପାଟନିବିନି ମ୍ୟାକ୍ସୱେଲ ଓ ବୟସ ୩୧ବର୍ଷ।

ପାଟନିବିନି ମ୍ୟାକ୍ସୱେଲ ଦୁଇମାସ ହେବ ଇସ୍ରାଏଲ ଆସି ଏକ ଚାଷ ଜମିରେ ଶ୍ରମିକ ଭାବେ କାମ କରୁଥିଲେ। ମ୍ୟାକ୍ସୱେଲଙ୍କ ପରିବାର କହିଲେ ସ୍ତ୍ରୀ ଓ ପାଞ୍ଚବର୍ଷର ଝିଅ ଅଛନ୍ତି। ସ୍ତ୍ରୀ ଏବେ ସାତମାସର ଅନ୍ତସତ୍ତ୍ବା ଥିବା  ଜଣାପଡ଼ିଛି। ମ୍ୟାକ୍ସୱେଲଙ୍କ ମୃତ୍ୟୁପରେ ସୋସିଆଲ ମିଡିଆରେ ସ୍ତ୍ରୀ ଓ ପିଲାଙ୍କ ସହିତ ତାଙ୍କର ଏକ ସୁନ୍ଦର ଫଟୋ ଘୁରି ବୁଲୁଛି। ଏହି ଫଟୋ ଭାବବିହ୍ବଳ କରି ପକାଉଛି।

ସମ୍ବନ୍ଧିତ ଖବର